ଓଡ଼ିଶାଲାଇଭ୍ ବ୍ୟୁରୋ

ମଧୁମେହ ରୋଗୀ କରୋନାରେ ଆକ୍ରାନ୍ତ ହୋଇଥିଲେ କି ପ୍ରକାର ନିୟମ ସବୁ ମାନିବେ ସେ ବିଷୟରେ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ ପରାମର୍ଶ।

  • ମଧୁମେହ ରୋଗୀଙ୍କୁ କରୋନା ସଂକ୍ରମଣ ଭୟ ବେଶି
  • ଅଣନିଶ୍ଵାସୀ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
  • ଅନ୍ୟ ଜଟିଳ ରୋଗ ନଥିଲେ ଘରେ ରହିପାରିବେ
  • ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖନ୍ତୁ

ମଧୁମେହ ରୋଗୀମାନେ କରୋନାରେ ଆକ୍ରନ୍ତ ହୋଇଥିଲେ ସେମାନଙ୍କୁ ଅଧିକ ସତର୍କତା ଅବଲମ୍ଵନ କରିବାକୁ ପଡ଼ିବ। ସେମାନଙ୍କ ପକ୍ଷେ କରୋନା ସଂକ୍ରମଣ ଭୟ ଅଧିକ ରହିଥାଏ। ତେଣୁ ସେମାନଙ୍କୁ ନିଜ ବ୍ଲଡ ସୁଗାରକୁ ମଧ୍ୟ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ।

ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତ ମଧୁମେହ ରୋଗୀଙ୍କୁ ସଚେତନ କରାଇବା ପାଇଁ ଏକ ସାମ୍ଵାଦିକ ସମ୍ମିଳନୀ କରାଯାଇଛି। ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅନୁଜ ବଳିୟାର ସିଂହ ମଧୁମେହ ରୋଗୀମାନେ କରୋନା ଆକ୍ରାନ୍ତ ହେଲେ କେଉଁ କେଉଁ ପ୍ରକାର ସଚେତନତା ସବୁ ଆପଣେଇବେ ସେ ନେଇ ପରାମର୍ଶ ଦେଇଛନ୍ତି।

ସାଧାରଣ ରୋଗୀ ଏବଂ ମଧୁମେହ ରୋଗୀଙ୍କ ପକ୍ଷେ କରୋନା ସଂକ୍ରମଣର ଭୟ ସମାନ, ମାତ୍ର ମଧୁମେହ ରୋଗୀଙ୍କ ପକ୍ଷେ ସଂକ୍ରମଣ ଅଧିକ ଗୁରୁତର ହୋଇପାରେ। ଏଣୁ ସେମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଯଦି ସେମାନେ ନିଶ୍ଵାସ ନେବାରେ ଅସୁବିଧା ଅନୁଭବ କରନ୍ତି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏଥିସହ ନିଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ସେମାନେ ଇନ୍‌ସୁଲିନ ମଧ୍ୟ ନେଇପାରିବେ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅନୁଜ ବଳିୟାର ସିଂହ ପରାମର୍ଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହୃଦଘାତର ଭୟ ରହିଥାଏ। ଏଣୁ ସେମାନଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ଯଦି ସେମାନେ ଅନ୍ୟ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ନଥିବେ, ସେମାନେ ଘରେ ରହି ମଧ୍ୟ କରୋନାରେ ଚିକିତ୍ସିତ ହୋଇପାରିବେ।

LEAVE A REPLY

Please enter your comment!
Please enter your name here