ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ସହର ସିନ୍ଦୁରିଆ ଛକ ନିକଟରୁ ଶୁକ୍ରବାର ୧୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଅଭିଯୁକ୍ତ ନିରଞ୍ଜନ ମହାରଣାଙ୍କୁ ଗିରଫ କରିଛି। ଏନେଇ ଅବକାରୀ ଇନ୍ସପେକ୍ଟର ମୃତ୍ୟୁଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ନୟାଗଡ଼ ଥାନା ସିନ୍ଦୁରିଆର ନିରଞ୍ଜନ ମହାରଣା ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନସୁଗାର ଆଣି ବିକ୍ରି କରୁଥିବା ଅବକାରୀ ଅଧିକାରୀଙ୍କୁ ଖବର ମିଳିଥିଲା। ଏହାପରେ ଶୁକ୍ରବାର ସକାଳ ସାଢ଼େ ୮ଟା ସମୟରେ ସ୍ଥାନୀୟ ସେଣ୍ଟ୍ରାଲ କୋପରେଟିଭ୍ ବ୍ୟାଙ୍କ ନିକଟ ଜାତୀୟ ରାଜପଥ କଡ଼ରୁ ନିରଞ୍ଜନଙ୍କୁ ଅବକାରୀ ବିଭାଗର ଏକ ଦଳ କାବୁ କରିନେଇଥିଲା। ଏହି ସମୟରେ ନିରଞ୍ଜନଙ୍କ ପାଖରେ ଥିବା ଏକ ବ୍ୟାଗ ଭିତରୁ ୧୫ ଗ୍ରାମର ବ୍ରାଉନସୁଗାର ପ୍ୟାକେଟ ଜବତ କରାଯାଇଥିଲା।ଏହି ଘଟଣାରେ ଅଭିଯୁକ୍ତ ନିରଞ୍ଜନ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟରେ ମକଦ୍ଦମା ରୁଜୁ କରାଯାଇଥିବା ଇନ୍ସପେକ୍ଟର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here