ଓଡ଼ିଶାଲାଇଭ୍ ବ୍ୟୁରୋ
୩୧ ମାର୍ଚ୍ଚ ୨୦୧୮କୁ ସରୁଛି ଜିଓର ପ୍ରଇମ୍ ମେମ୍ବରସିପ୍ର ବୈଧତା। ଏହି ପ୍ରାଇମ୍ ମେମ୍ବରସିପ୍ ସେବା ସମାପ୍ତ ପରେ ଜିଓ ବ୍ୟବହାରକାରୀ କ’ଣ କରିବେ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ପାଖାପାଖି ଦେଢ଼ବର୍ଷ ପୂର୍ବରୁ ଟେଲିକମ୍ ଜଗତରେ ଧମାକାଦାର ଏଣ୍ଟ୍ରି ମାରିଥିଲା ରିଲାଏନ୍ସ ଜିଓ। ବଜାରରେ ଏଣ୍ଟ୍ରି କରିବାର ପ୍ରଥମ ୬ମାସ ପର୍ଯ୍ୟନ୍ତ କମ୍ପାନି ମାଗଣାରେ ଗ୍ରାହକଙ୍କୁ ସେବା ଯୋଗାଇଦେଇଥିଲା। ଏହାପରେ ମାତ୍ର ୯୯ଟଙ୍କାରେ ପ୍ରାଇମ୍ ମେମ୍ବରସିପ୍ ଲଞ୍ଚ କରିଥିଲା। ଏହାଦ୍ଵାରା ଗ୍ରାହକ କମ୍ ମୂଲ୍ୟରେ ରିଚାର୍ଜ କରି ଅତିରିକ୍ତ ସେବା ପାଉଥିଲେ। ଏହି ସେବା ମାର୍ଚ୍ଚ ୩୧, ୨୦୧୮ରେ ସରିବାକୁ ଯାଉଛି।
ଏହି ପ୍ରାଇମ୍ ମେମ୍ବରସିପ୍ ସେବା ସମାପ୍ତ ପରେ ଜିଓ ବ୍ୟବହାରକାରୀ କ’ଣ କରିବେ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏନେଇ କମ୍ପାନି ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ପ୍ରାଇମ୍ ମେମ୍ବରସିପ୍ର ବୈଧତା ବଢ଼ାଇ ଦିଆଯାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।
ପ୍ରତିଥର ଗ୍ରାହକଙ୍କୁ କିଛି ସରପ୍ରାଇଜ୍ ଅଫର୍ ଦେଉଥିବା ରିଲାଏନ୍ସ ଜିଓ ଏଥର ମଧ୍ୟ କିଛି ଲୋଭନୀୟ ଅଫର୍ ଗ୍ରାହକଙ୍କୁ ଯୋଗାଇଦେବ ବୋଲି ଆଶା ରଖିଛନ୍ତି ଜିଓ ବ୍ୟବହାରକାରୀ।
ଜିଓ ତାର ନନ ପ୍ରାଇମ ୟୁଜର୍ସଙ୍କୁ ବି ପ୍ରାଇମ ମେମ୍ବରସିପରେ ଅନ୍ତର୍ଭୁକ୍ତ କରିପାରେ। ଏହାଛଡା ନୂଆ ପ୍ଲାନ ଲଞ୍ଚ କରିପାରେ କିମ୍ବା ପୁରୁଣା କିଛି ପ୍ଲାନକୁ ଅପଡେଟ କରିପାରେ।
୨୦୧୭ ଡିସେମ୍ବରରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ, ଜିଓ ନିକଟରେ ୧୬୦ ମିଲିୟନ ୟୁଜର୍ସ ଅଛନ୍ତି ଆଉ ଏମାନଙ୍କ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ୟୁଜର୍ସ ହେଉଛନ୍ତି ପ୍ରାଇମ ମେମ୍ବର୍ସ।