ଓଡ଼ିଶାଲାଇଭ୍ ବ୍ୟୁରୋ

ଟୁଇନସିଟିରେ ଲାଗୁହେଲା ନୂଆ ନିୟମ। କମିସନରେଟ ପୋଲିସ ପକ୍ଷରୁ ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ ବିଏମ୍‌ସି ଗାଇଡଲାଇନ ଅନୁସାରେ, ବିବାହ ଉତ୍ସବରେ ୧୦୦ଜଣଙ୍କୁ ଅନୁମତି ମିଳିଥିବାବେଳେ, ଏବେ ୫୦ଜଣଙ୍କୁ ଅନୁମତି ଦେଇଛି କମିସନରେଟ ପୋଲିସ। ଏଥିସହ ସ୍ଥାନୀୟ ପୋଲିସର ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିୟମ ଉଲଙ୍ଘନ କରିବେ, ସମାନଙ୍କ ବିପକ୍ଷରେ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେବ।

ବିବାହ ପାଇଁ ନୂଆ ଗାଇଡଲାଇନ

  • ବିବାହ ଉତ୍ସବରେ ୫୦ଜଣ ସାମିଲ ହେବେ
  • ଏହି ୫୦ଜଣଙ୍କ ମଧ୍ୟରେ ପୂଜାରୀ, ରୋଷେୟା, ପରିବାର ସଦସ୍ୟ ଓ ଅତିଥି ସାମିଲ
  • ବିବାହ ପୂର୍ବରୁ ସ୍ଥାନୀୟ ପୋଲିସର ଅନୁମତି ନିଆଯିବ
  • ବିବାହ ଶୋଭାଯାତ୍ରାକୁ ନିଷେଦ୍ଧ
  • ଥଣ୍ଡା, ଜର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଅନୁମତି ମିଳିବ ନାହିଁ
  • ୬୫ବର୍ଷରୁ ଊର୍ଦ୍ଧ୍ୱ, ୧୦ବର୍ଷରୁ କମ୍ ଛୋଟ ପିଲା, ଗର୍ଭବତୀ ମହିଳା ଓ ବିଭିନ୍ନ ରୋଗରେ ପିଡ଼ିତ ଥିବା ବ୍ୟକ୍ତି ଉତ୍ସବରେ ସାମିଲ ହୋଇପାରିବେ ନାହିଁ
  • ପରସ୍ପର ମଧ୍ୟରେ ୨ମିଟର ଦୂରତା ରକ୍ଷା କରିବେ
  • ଖାଇବା ସମୟକୁ ଛାଡ଼ି ବାକି ସମୟ ସମସ୍ତେ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟ
  • ଉତ୍ସବରେ ପାନ, ଗୁଟ୍‌ଖା ଖାଇ ଛିପ ପକାଇବେ ନାହିଁ
  • ଆୟୋଜକ ହାତ ଧୋଇବା ପାଇଁ ପାଣି, ସାବୁନ, ହ୍ୟାଣ୍ଡୱାସ୍‌ର ବ୍ୟବସ୍ଥା କରିବେ

ଶୁଦ୍ଧିକ୍ରିୟା ପାଇଁ ଗାଇଡଲାଇନ୍‌

  • ପରିବାର ସଦସ୍ୟ, ପୂଜାରୀଙ୍କ ସମେତ ସମୁଦାୟ ୨୦ଜଣଙ୍କୁ ଅନୁମତି
  • ସ୍ଥାନୀୟ ପୋଲିସ ସହ ଯୋଗାଯୋଗ
  • ଶୁଦ୍ଧିକ୍ରିୟା ସମୟରେ ପରସ୍ପର ପ୍ରତି ୨ମିଟର ସାମାଜିକ ଦୂରତା ରକ୍ଷା କରାଯିବ
  • ଭୋଜନ ସମୟରେ ମଧ୍ୟ ୨ମିଟର ଦୂରତା ଅନୁସାରେ ବସିବା ବ୍ୟବସ୍ଥା କରିବେ ଆୟୋଜକ
  • ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ
  • ଗୁଟ୍‌ଖା ଓ ପାନ ଖାଇ ଛିପ ପକାଇବାକୁ ବାରଣ କରାଯାଇଛି
  • ଶୋଭାଯାତ୍ରା ସମୟରେ କେବଳ ମୃତଶରୀର ନେବାରେ ଗାଡ଼ିର ବ୍ୟବହାର କରାଯିବ
  • ଆୟୋଜକ ହାତ ଧୋଇବାର ବ୍ୟବସ୍ଥା କରିବା ସହ ଯେଭଳି ଗହଳି ନହୁଏ ଏବଂ କୌଣସି କରୋନା ଗାଇଡଲାଇନ ଉଲଙ୍ଘନ ନହୁଏ, ସେଥିପ୍ରତି ଧ୍ୟାନ ଦେବେ

LEAVE A REPLY

Please enter your comment!
Please enter your name here