ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିବାହ ଉତ୍ସବ ପାଇଁ ଥିବା କଟକଣାକୁ କୋହଳ କରାଯାଇଛି। ନୂଆ ଗାଇଡଲାଇନ ଅନୁସାରେ ବିବାହ ଉତ୍ସବରେ ସର୍ବାଧିକ ୨୫୦ଜଣଙ୍କୁ ଅନୁମତି ମିଳିଛି। ଏଥିସହ ପୂର୍ବରୁ ଶୋଭାଯାତ୍ରାକୁ ଅନୁମତି ନଥିବାବେଳେ ସମ୍ପ୍ରତି ଏହାକୁ ଅନୁମତି ଦେଇଛନ୍ତି ସରକାର। କିନ୍ତୁ ସମସ୍ତ କାର୍ଯ୍ୟ କୋଭିଡ ଗାଇଡଲାଇନ ମାନି ପାଳନ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି।

ବିବାହ ପାଇଁ ନୂଆ ଗାଇଡଲାଇନ

  • ବାହାଘରରେ ସର୍ବମୋଟ୍ ୨୫୦ ଜଣଙ୍କୁ ଅନୁମତି
  • ବିବାହ ଉତ୍ସବରେ ଶୋଭାଯାତ୍ରାକୁ ଅନୁମତି
  • ଶୋଭାଯାତ୍ରାରେ ବ୍ୟାଣ୍ଡ ପାର୍ଟି ସହ ଲାଇଟ ଓ ସାଉଣ୍ଡ ସିଷ୍ଟମ ଲାଗିପାରିବ
  • ବିବାହ ଶୋଭାଯାତ୍ରାରେ ବ୍ୟାଣ୍ଡ, ବାଜା, ବରଯାତ୍ରୀଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ରହିପାରିବେ
  • ଶୋଭାଯାତ୍ରା ପାଇଁ ପ୍ରାଧିକୃତ ଅଧିକାରୀଙ୍କ ପାଖରୁ ଆଗୁଆ ଲିଖିତ ଅନୁମତି ଆଣିବାକୁ ହେବ
  • ମାସ୍କ ପରିଧାନ, ସାମାଜିକ ଦୂରତା ବାଧ୍ୟତାମୂଳକ
  • ହାତ ଧୋଇବା ପାଇଁ ସାବୁନ ଓ ସାନିଟାଇଜରର ବ୍ୟବସ୍ଥା କରିବେ ଆୟୋଜକ

Comment