ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ କାରଣରୁ ଦୀର୍ଘ ଦିନ ହେବ ବନ୍ଦ ରହିଛି ରାଜ୍ୟର ସମସ୍ତ ମେଡିକାଲ କଲେଜ, ନର୍ସିଂ, ଫାର୍ମାସି, ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ପାରାମେଡିକାଲ/ଆଲାଏଡ ମେଡିକାଲ କଲେଜ ବିଜ୍ଞାନ ପାଠ୍ୟକ୍ରମ ଇତ୍ୟାଦି। ବର୍ତ୍ତମାନ ସଂକ୍ରମଣକୁ ଦୃଷ୍ଟିରେ ରଖି, ଏହିସବୁ ଅନୁଷ୍ଠାନଗୁଡ଼ିକ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି।

ରାଜ୍ୟରୁ ସମ୍ପୂର୍ଣ୍ଣ ରୂପେ କରୋନା ସଙ୍କଟ ଟଳିନଥିବାରୁ ଏହିସବୁ ଅନୁଷ୍ଠାନଗୁଡ଼ିକ ଖୋଲିବା ନିମନ୍ତେ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି।

  • ସମସ୍ତ ‌ଥିଓରି କ୍ଲାସ ଅନଲାଇନ୍‌ରେ ମାଧ୍ୟମରେ କରାଯିବ।
  • ପ୍ରାକ୍ଟିକାଲ/କ୍ଲିନିକାଲ କ୍ଲାସ୍ ଓ ପରୀକ୍ଷାକୁ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ କରାଯିବ ଏବଂ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।
  • କଲେଜ ଆସିବା ପୂର୍ବରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକଙ୍କ ଲିଖିତ ଅନୁମତି ଆଣିବେ।
  • ପ୍ରାକ୍ଟିକାଲ ହଲ୍‌/କ୍ଲିନିକାଲ ୱାର୍ଡରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କର ସ୍କ୍ରିନିଂ କରାଯିବ।
  • କ୍ୟାମ୍ପସ ପରିସରରେ ମାସ୍କ, ହାତ ଧୋଇବା, ସାନିଟାଇଜର, ସାମାଜିକ ଦୂରତା ଓ ଗହଳିଠାରୁ ଦୂରେଇ ରହିବାକୁ ବାଧ୍ୟତାମୂଳକ କରାଯାଇଛି।
  • ଟିକାର ଦୁଇଟି ଡୋଜ ନେଇଥିବା, ଟିକା ନେଇନଥିବା ଏବଂ ଗୋଟିଏ ଡୋଜ ଟିକା ନେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲିନିକାଲ/ପ୍ରାକ୍ଟିକାଲ କ୍ଲାସକୁ ଅଲଗା ଅଲଗା ବ୍ୟାଚରେ ବିଭକ୍ତ କରାଯିବ।
  • ସ୍ଥାନୀୟ ସ୍ଵାସ୍ଥ୍ୟ କର୍ତୃପକ୍ଷଙ୍କ ସହାୟତାରେ ଛାତ୍ରଛାତ୍ରୀ ଓ କଲେଜର କର୍ମଚାରୀଙ୍କ ପାଇଁ ସ୍ଵତନ୍ତ୍ର ଟିକାକରଣ ଡ୍ରାଇଭ ଆରମ୍ଭ କରିବାକୁ ଅନୁଷ୍ଠାନଗୁଡ଼ିକୁ କୁହାଯାଇଛି।
  • ଗୋଟିଏ ଡୋଜ୍ ଟିକା କିମ୍ବା ଟିକା ନେଇ ନଥିବା ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରେ ଅଲଗା ବ୍ଲକ୍‌ରେ ରଖାଯିବ। ସେମାନଙ୍କୁ ଲାଇବ୍ରେରିରେ ପ୍ରବେଶର ଅନୁମତି ଦିଆଯିବ ନାହିଁ ଏବଂ ସେମାନଙ୍କ ଖାଇବା ସ୍ଥାନକୁ ମଧ୍ୟ ଅଲଗା କରାଯିବ।
  • କୋଭିଡ କଟକଣାକୁ ପାଳନ କରି ପର୍ଯ୍ୟାୟକ୍ରମରେ ପରୀକ୍ଷା କରାଯିବ।
  • ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ନିୟମିତ ସ୍କ୍ରିନିଂ କରାଯିବ। ଯଦି କେହି କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ ବ୍ୟବସ୍ଥା କରାଯିବ।
  • କ୍ୟାମ୍ପସ ପରିସର ମଧ୍ୟରେ ସାମାଜିକ, ଧାର୍ମିକ, କ୍ରୀଡ଼ା ଆଦି କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ଦାହିଁ।
  • ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନିକ ବ୍ଲକ ଓ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ।
  • କୋଭିଡ୍‌ ପଜିଟିଭ୍ ଚିହ୍ନଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। ସେମାନଙ୍କୁ ବାର୍ଷିକ, ସପ୍ଲିମେଣ୍ଟାରି ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ। କିନ୍ତୁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ରେ ଡ୍ରପଆଉଟ୍‌ ଲେଖାଯିବ ନାହିଁ।

Comment