ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ୨୦୧୯ ମସିହା ପାଇଁ ଡକ୍ଟର ଜେ.ଭେଙ୍କଟେଶ୍ୱରଲୁ ପୁରସ୍କାର ପ୍ରଦାନ କରାଯାଇଛି। ଶୁଷ୍କାଞ୍ଚଳ କୃଷି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ହାଇଦ୍ରାବାଦ ସ୍ଥିତ ଭାରତୀୟ ଶୁଷ୍କାଞ୍ଚଳ କୃଷି ସଂଗଠନ ଦ୍ୱାରା ପ୍ରଦାନ କରାଯାଇଥାଏ।

ଚଳିତ ବର୍ଷ ଏହି ଅବସରରେ ସୋମବାର ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ପ୍ରତିଷ୍ଠାନ ଓ ଭାରତୀୟ ଶୁଷ୍କାଞ୍ଚଳ କୃଷି ସଂଗଠନର ମିଳିତ ଆନୁକୂଲ୍ୟରେ ‘ଶୁଷ୍କାଞ୍ଚଳ କୃଷିରେ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ପାଇଁ ସମସ୍ୟା ଓ ସୁଯୋଗ’ ଉପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏହାପରେ ସୋଆ ବିଶ୍ୱ ବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନରେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଡକ୍ଟର ବେହେରାଙ୍କୁ ମାନପତ୍ର, ପଦକ ଏବଂ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଉପକୁଳପତି ପ୍ରଫେସର ପି.କେ. ନନ୍ଦ, ଅଧ୍ୟକ୍ଷ ପ୍ରଫେସର ବି.କେ ସାହୁ, ପିଜି ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଭାରତୀୟ ମୃର୍ତ୍ତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ପି.କେ. ମିଶ୍ର ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସେପଟେ ହାଇଦ୍ରାବାଦରେ ଆୟୋଜିତ ଉତ୍ସବରେ, କେନ୍ଦ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଭି.କେ ସିଂହ, ବୈଜ୍ଞାନିକ ଡକ୍ଟର ଜି. ରବିନ୍ଦ୍ରାଚାରୀ ଓ ଡକ୍ଟର ମହମ୍ମଦ ଓସମାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here