ଓଡ଼ିଶାଲାଇଭ୍ ବ୍ୟୁରୋ

ଭ୍ୟାକ୍ସିନ ନିର୍ମାତା କମ୍ପାନି ବାୟୋଲୋଜିକାଲ ଇ. ଲିମିଟେଡ(ବିଇ) କୋଭିଡ-୧୯ ଟିକାକରଣ ପାଇଁ କୋର୍ବେଭ୍ୟାକ୍ସର ମୂଲ୍ୟରେ ହ୍ରାସ କରିଥିବା ଘୋଷଣା କରିଛି। କୋର୍ବେଭ୍ୟାକ୍ସର ମୂଲ୍ୟ ୮୪୦ ଟଙ୍କାରୁ ହ୍ରାସ ହୋଇ ବର୍ତ୍ତମାନ ୨୫୦ ଟଙ୍କା ହୋଇଛି। ଏଥିରେ ଜିଏସଟି ମଧ୍ୟ ସାମିଲ ରହିଛି। କିନ୍ତୁ ଟ୍ୟାକ୍ସ ଏବଂ ଅନ୍ୟ ଶୁଳ୍କ ମିଶି ଗ୍ରାହକଙ୍କ ପାଇଁ ଏହା ୪୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

କୋର୍ବେଭ୍ୟାକ୍ସ ଟିକାକୁ ୧୨ରୁ ୧୪ ବର୍ଷର ଶିଶୁଙ୍କୁ ଦିଆଯାଉଛି। ଗତ ମାର୍ଚ୍ଚ ମାସରେ ସରକାରୀ କେନ୍ଦ୍ରରେ ଏହାର ମୂଲ୍ୟ ୧୪୫ ଟଙ୍କା ରହିଥିଲା। କୋର୍ବେଭ୍ୟାକ୍ସର ସିଙ୍ଗଲ ଡୋଜ ଦିଆଯାଉଥିବାରୁ ଏହା ଅଧିକ ସୁବିଧାଜନକ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୪.୩୯ କୋଟି ଶିଶୁଙ୍କୁ କେର୍ବେଭ୍ୟାକ୍ସ ଟିକା ଦିଆଯାଇଛି। କମ୍ପାନି କୋର୍ବେଭ୍ୟାକ୍ସର ୧୦ କୋଟି ଡୋଜ ସରକାରଙ୍କୁ ଯୋଗାଣ କରିସାରିଛି।

Tags: #Covid19 #Corona #CoronaVirus #Vaccine #CorbevaxVaccine

LEAVE A REPLY

Please enter your comment!
Please enter your name here