ଓଡ଼ିଶାଲାଇଭ୍ ବ୍ୟୁରୋ

covid testing centers-2

ପୁଣି କୋଭିଡକୁ ନେଇ ଆରମ୍ଭ ହୋଇଛି ଡର। ଚୀନ ଏବଂ ଆମେରିକାରେ କୋଭିଡ ସ୍ଥିତି ଅଣାୟତ ହେଉଥିବାରୁ ଏହାର ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଲୋକଙ୍କୁ କୋଭିଡ କବଳରୁ ରକ୍ଷା କରିବାକୁ ଆଗୁଆ ସତର୍କ ରହିବା ଲାଗି ସମସ୍ତ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର।

ସମସ୍ତ ରାଜ୍ୟକୁ ଜିନୋମ ସିକ୍ୟୁଏନସିଂ ଉପରେ ଜୋର ଦେବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦେଶରେ କୋଭିଡ ମାମଲା ଅଧିକ ନଥିଲେ ମଧ୍ୟ ଚୀନ ଏବଂ ଆମେରିକାରେ କୋଭିଡର ଭୟାବହ ପରିସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ ନେବା ଉପରେ ଭାରତ ଗୁରୁତ୍ଵ ଦେଉଛି।

କେନ୍ଦ୍ର ସ୍ଵାସ୍ଥ୍ୟ ସେଚିବ ରାଜେଶ ଭୂଷଣ କୋଭିଡର ନୂଆ ଭାରିଏଣ୍ଟକୁ ଆଗୁଆ ଚିହ୍ନଟ କରି ଚିକିତ୍ସା ବ୍ୟବସ୍ଥା କରିବାକୁ ଏନସିଡିସି ଏବଂ ଆଇସିଏମଆରକୁ ଚିଠି ଲେଖିଛନ୍ତି। ଏହା ସହିତ ସବୁ ରାଜ୍ୟକୁ ସତର୍କ ରହିବାକୁ କୁହାଯାଇଛି। ଜିନୋମ ସିକୁଏନସିଂ ଟେଷ୍ଟ ଉପରେ ଗୁରୁତ୍ଵ ଦେବା ସହ ନମୁନା ପାଠାଇବାକୁ କୁହାଯାଇଛି।

ଏହା ପୂର୍ବରୁ ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ରିଭ୍ୟୁ ମିଟିଙ୍ଗ କରି ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Tags: #Covid19 #Corona #CoronaVirus #GovtIndia

LEAVE A REPLY

Please enter your comment!
Please enter your name here