ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିନ୍ତା ବଢ଼ାଇଛି ଆଳୁ ଦର। ଆଳୁ କିଲୋ ୧୮ ଟଙ୍କାରେ ପହଞ୍ଚିବା ପରେ ଆଳୁ କଳାବଜାରକୁ ରୋକିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ।

ରାଜ୍ୟରେ ବଢ଼ିଛି ଆଳୁ ଦର। ଆଳୁ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଆଳୁ କଳାବଜାରକୁ ରୋକିବା ପାଇଁ ସରକାର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଅଧିକ ଆଳୁ ମହଜୁଦ୍ ରଖୁଥିବା ଗୋଦାମରେ ଚଢ଼ାଉ କରିବା ପାଇଁ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ବଜାରକୁ କେତେ ପରିମାଣର ଆଳୁ ଆସୁଛି ଏବଂ ଖାଉଟିମାନଙ୍କୁ କେତେ ଟଙ୍କାରେ ବିକ୍ରି କରାଯାଉଛି ତାହା ତଦାରଖ କରିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀମାନଙ୍କୁ କୁହାଯାଇଛି।

ଯେଉଁମାନେ ଚଢ଼ା ଦରରେ ଆଳୁ ବିକ୍ରି କରୁଥିବେ ଏବଂ ଗୋଦାମରେ ଅଧିକ ପରିମାଣର ଆଳୁ ମହଜୁଦ ରଖିଥିବେ ସେମାନଙ୍କ ବିରୋଧରେ ନିତ୍ୟ ବ୍ୟବହାର୍ଯ୍ୟ ଆଇନ୍ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ବଜାରରେ ଆଳୁ କିଲୋ ୧୮ ଟଙ୍କାରେ ପହଞ୍ଚିବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।

କଟକରେ ହୋଲସେଲ୍ ବେପାରୀ ୫୦୦ କୁଇଣ୍ଟାଲରୁ ଅଧିକ ଆଳୁ ରଖିପାରିବେନି। ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ରାଉରକେଲାରେ ୩୦୦ କୁଇଣ୍ଟାଲରୁ ଅଧିକ ଆଳୁ ରଖିପାରିବେନି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here