ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ। ଗତ ୨୦୧୬ ମସିହା ସେପ୍ଟେମ୍ବର ମାସରେ ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା କିତୁଂ ଗାଁରେ ଘଟିଥିବା ଟ୍ରିପଲ ମର୍ଡର ମାମଲାର ବିଚାର କରି ୯ ଜଣ ହତ୍ୟାକାରୀଙ୍କ ଫାଶୀଦଣ୍ଡ କୋହଳ କରିଛନ୍ତି ହାଇକୋର୍ଟ। ୯ ହତ୍ୟାକାରୀଙ୍କୁ ଫାଶୀଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଗୁଣିଗାରେଡ଼ି ସନ୍ଦେହରେ କିତୁଂ ଗାଁର ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରାଯାଇଥିଲା। ଗତ ୨୦୨୧ ମସିହା ଅକ୍ଟୋବର ୨୧ ତାରିଖରେ ଏହି ମାମଲାର ବିଚାର କରି ରାୟଗଡ଼ା ଜିଲ୍ଲା ଦୌରାଜଜ୍ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ। ଦୋଷୀମାନେ ହେଉଛନ୍ତି ଡେଙ୍ଗୁନ ଶବର, ଦାଷୁନ୍ତ ଶବର, ଅଜନ୍ତା ଶବର, ପ୍ରଧାନ୍ତୁ ଶବର, ଦାଲସା ସବର, ମାଲକୁ ଶବର, ବୁବୁନା ଶବର, ଲାକିୟା ଶବର ଓ ଇରୁ ଶବର।

ତଳ କୋର୍ଟଙ୍କ ରାୟ ବିରୋଧରେ ଦୋଷୀମାନେ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ତଳ କୋର୍ଟଙ୍କ ମୃତ୍ୟୁଦଣ୍ଡ ବିରୋଧରେ ରୁଜୁ ହୋଇଥିବା ଅପିଲର ଶୁଣାଣି କୋରି ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ। ବୁଧବାର ଦିନ ଏହି ରାୟ ପ୍ରକାଶ କରାଯାଇଛି।

Tag: #RayagadaTripleMurderCase #OrissaHightCourt #DeathSentence #LifeImprisonment #Odisha

LEAVE A REPLY

Please enter your comment!
Please enter your name here