ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ରାଜ୍ୟସଭାରେ ସାଂସଦମାନେ ସାନ୍ତାଳୀ ଭାଷାରେ ସେମାନଙ୍କ ମତାମତ ଉପସ୍ଥାପନ କରିପାରିବେ।

ସାନ୍ତାଳୀ ଭାଷାଭାଷୀ ଲୋକଙ୍କ ପାଇଁ ଖୁସି ଖବର। ରାଜ୍ୟସଭାରେ ସାନ୍ତାଳୀ ଭାଷା ସମେତ ୫ଟି ଆଞ୍ଚଳିକ ଭାଷାକୁ ମାନ୍ୟତା ମିଳିଛି। ରାଜ୍ୟସଭାରେ ସାଂସଦମାନେ ସାନ୍ତାଳୀ ଭାଷାରେ ସେମାନଙ୍କ ମତାମତ ଉପସ୍ଥାପନ କରି ପାରିବେ। ଏନେଇ ଶୁକ୍ରବାର ଦିନ ରାଜ୍ୟସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସାନ୍ତାଳୀ ଭାଷା ସହିତ ଡୋଗ୍ରୀ, କୋଙ୍କଣୀ, କାଶ୍ମୀରୀ ଓ ସିନ୍ଧି ଭାଷାକୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଛି। ଏହି ୫ଟି ଆଞ୍ଚଳିକ ଭାଷାକୁ ମିଶାଇ ରାଜ୍ୟସଭାରେ ଭାଷା ମାନ୍ୟତା ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।

ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି, “ରାଜ୍ୟସଭା ସଚିବାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଏଣିକି ସାଂସଦମାନେ ସାନ୍ତାଳୀ ଭାଷା ସମତେ ୫ଟି ଆଞ୍ଚଳିକ ଭାଷାରେ ସେମାନଙ୍କ ଭାଷଣ କିମ୍ବା ମତାମତ ରାଜ୍ୟସଭାରେ ଦେଇପାରିବେ।”

ସଂସଦର ଆସନ୍ତା ବର୍ଷାକାଳୀନ ଅଧିବେଶନଠାରୁ ଏହା ଲାଗୁ କରାଯିବ ବୋଲି ଜଣାପଡ଼ିଛି। ଜୁଲାଇ ୧୮ତାରିଖରୁ ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here