ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଉଡ଼ାଜାହାଜକୁ ଦେଖିଲେ ଆମ ମନରେ ଏକ ଅଲଗା ପ୍ରକାର ରୋମାଞ୍ଚ ଅନୁଭବ ହୁଏ। କିନ୍ତୁ ଉଡ଼ାଜାହାଜରେ ବହୁଥର ବସିଥିବା ଲୋକ ହିଁ ଏହାର ରୋମାଞ୍ଚ କଥା କହିପାରିବ କି ଜାଣିପାରିବ।  ବିଶାଳକାୟ ପଙ୍ଖା  ଏବଂ ପଡ଼ିଆରେ ଖେଳନା ଭଳି ଦୌଡ଼ୁଥିବା ଜାହାଜକୁ ଦେଖି ମନରେ ବହୁତ ପ୍ରଶ୍ନ ଉଙ୍କି ମାରିଥାଏ। ଇଏ କେମିତି ଉଡ଼ିଯାଉଛି? ପଡ଼ି ଯିବନି ତ? ଏମତି ଅନେକ ପ୍ରଶ୍ନ

କେବେ ବି ଜଣେ ଲୋକ ଭାବିନଥିବେ ଏକ ଲିଟର ତେଲରେ ଜାହାଜ କେତେ କିଲୋମିଟର ମାଇଲେଜ ଦେଇଥାଏ। ଯଦି ଆପଣଙ୍କ ମନରେ ଏଭଳି ପ୍ରଶ୍ନ ଉଠୁଥାଏ ତାହାଲେ ପଢ଼ନ୍ତୁ।

ସମ୍ପୂର୍ଣ୍ଣ ସିଟ୍ ପୂରଣ ଥିବା ଉଡ଼ାଜାହାଜ ଏକ କିଲୋମିଟର ଯିବା ପାଇଁ କେତେ ଇନ୍ଧନ ବ୍ୟବହାର କରିଥାଏ, ତାହାର ଉତ୍ତର ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

ଉଡ଼ାଜାହାଜ ପ୍ରତି ସେକେଣ୍ଡରେ ପାଖାପାଖି ୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ। ବୋଇଙ୍ଗ ୭୪୭ କଥା କହିବାକୁ ଗଲେ ୧ ମିନିଟ ଯାତ୍ରା ପାଇଁ ୨୪୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ। ଆପଣ ଆଶ୍ଚର୍ଯ୍ୟ ହେଉଥିବେ ବାଇକ କି କାର ମାଇଲେଜ କଥା ଶୁଣିଥିଲୁ ଯାହା ୧ ଲିଟରରେ ୩୦ରୁ ୮୦ କିଲୋମିଟର ଯାଇପାରେ।

ରିପୋର୍ଟ ଅନୁସାରେ ବୋଇଙ୍ଗ ୭୪୭ ଭଳି ଉଡ଼ାଜାହାଜ ୧ ଲିଟରରେ କେତେ କିଲୋମିଟର ଯାଇଥାଏ। ତାହାର ଉତ୍ତର ହେଲା ୦.୮ କିଲୋମିଟର, ଯାହା ଶୁଣିବାକୁ ବହୁତ୍ କମ୍ ଲାଗୁଥିବ। ଏହି ବିମାନ ୧୨ ଘଂଟା ଯାତ୍ରା ପାଇଁ ୧୭୨,୮୦୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ। ଯଦି ବୋଇଙ୍ଗ ୭୪୭ ଏକ କିମି ପାଇଁ ୧୨ ଲିଟର ଇନ୍ଧନ ଖର୍ଚ୍ଚ କରେ, ତାହାର ଅର୍ଥ ୫୦୦ ଯାତ୍ରୀଙ୍କ ପାଇଁ ୧୨ ଲିଟର ଇନ୍ଧନରେ ପାଖାପାଖି ୧ କିଲୋମିଟର ଯାତ୍ରା କରେ। ଏହାର ଅର୍ଥ ବିମାନଟି ୧ କିଲୋମିଟରରେ ପ୍ରତି ବ୍ୟକ୍ତି ପିଛା ମାତ୍ର ୦.୦୨୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ।

ଆପଣ ଅନୁମାନ କରିପାରୁଥିବେ ଯଦି ବୋଇଙ୍ଗ ୭୪୭, ତାହାର ୧୦୦ କିଲୋମିଟର ଯାତ୍ରା ପାଇଁ ପ୍ରତି ବ୍ୟକ୍ତି ପିଛା ୨.୪ ଲିଟର ଇନ୍ଧନ କରୁଛି, ତାହାଲେ ଆପଣଙ୍କ କାରର ତେଲ ଦରଠୁ ବି ଏହା ଶସ୍ତା। ଏକ କାର ୧୦୦ କିମି ପାଇଁ ପାଖାପାଖି ୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ। ଯଦି କାରରେ ୪ ଜଣ ବ୍ୟକ୍ତି ଯାତ୍ରା କରନ୍ତି ତାହାଲେ କାରରେ ଯିବା ଲାଭଦାୟକ ହେବ। କିନ୍ତୁ ଜଣେ ବ୍ୟକ୍ତି କାରରେ ଯାତ୍ରା କଲେ ତାହାଲେ ବୋଇଙ୍ଗ ୭୪୭ କାରଠୁ ମହଙ୍ଗା ହେବ। ପୁଣି ଆପଣକୁ ସ୍ପିଡରେ ବି ଲାଭଦାୟକ ହେବ। ଏବେ ଆପଣ ଏହାକୁ ତୁଳନା କରି ସହଜରେ ଜାଣିପାରିବେ କାର ଯାତ୍ରା ନା ଉଡାଜାହାଜ ଯାତ୍ରା ଲାଭଦାୟକ।

LEAVE A REPLY

Please enter your comment!
Please enter your name here