ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଆକାଶମାର୍ଗରେ ବିମାନ ଉଡୁଥିବା ନିଶ୍ଚୟ ଦେଖିଥିବେ। ଏହାଦ୍ୱାରା ଗୋଟିଏ ଦେଶରୁ ଅନ୍ୟ ଦେଶକୁ କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲୋକମାନେ ଅତି ସହଜରେ ଓ କମ ସମୟରେ ଯାତ୍ରା କରିପାରନ୍ତି। ଏଥିସହ ବିମାନଯାତ୍ରା ଅନ୍ୟ ସମସ୍ତ ଯାତ୍ରାଠାରୁ ଅଧିକ ମହଙ୍ଗା ମଧ୍ୟ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି ଏକ ଲିଟର ଇନ୍ଧନରେ ଗୋଟିଏ ବିମାନ କେତେ ବାଟ ଉଡିପାରେ?

ଏ ପ୍ରଶ୍ନର ଉତ୍ତର ଆଜି ଅନେକ ଲୋକଙ୍କ ପାଇଁ ଅଜଣା ହୋଇ ରହିଥିବ। ତେବେ ଏକ ରିପୋର୍ଟ ମୁତାବକ ଗୋଟିଏ ବିମାନ ଆକାଶରେ ଉଡୁଥିବା ସମୟରେ ପ୍ରତି ସେକେଣ୍ଡ ପାଇଁ ପାଖାପାଖି ୪ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ।

ସେହିଭଳି ବୋଇଙ୍ଗ୍ ୭୪୭ ବିମାନ ଏକ ମିନିଟ ଯାତ୍ରା ପାଇଁ ପାଖାପାଖି ୨୪୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ। ଏହି ବିମାନ ଆକାଶପଥରେ ୧୦ ଘଣ୍ଟା ଯାତ୍ରା କରିବା ପାଇଁ ପ୍ରାୟ ଦେଢ଼ ଲକ୍ଷ ଲିଟର ଇନ୍ଧନ ଆବଶ୍ୟକ କରିଥାଏ। ସେହିଭଳି ଏକ କିଲୋମିଟର ଆକାଶ ପଥ ଅତିକ୍ରମ କରିବା ପାଇଁ ଏହି ବୋଇଙ୍ଗ ୭୪୭ ବିମାନକୁ ପାଖାପାଖି ୧୨ ଲିଟର ଇନ୍ଧନ ଦରକାର ପଡ଼ିଥାଏ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here