ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୋକିଓରେ ଏକ ଶିଶୁ ଜନ୍ମ ନେଇଛି ଯାହାର ଓଜନ ଜନ୍ମ ସମୟରେ ପିଆଜର ଓଜନ ସହିତ ସମାନ ଥିଲା। ଏହି ଶିଶୁ କିୟୋ ବିଶ୍ୱବିଦ୍ୟାଳୟର ହସ୍ପିଟାଲରେ ଜନ୍ମ ହୋଇଥିଲେ। ଜନ୍ମ ସମୟରେ ଶିଶୁର ଓଜନ ୨୬୮ ଗ୍ରାମ ଥିଲା। ଶିଶୁଟିର ଓଜନ ଗୋଟେ ବଡ଼ ପିଆଜର ଓଜନ ସହ ସମାନ।

ସୂଚନା ଅନୁସାରେ ଗର୍ଭବତୀ ସମୟରେ ଶିଶୁର ଓଜନ ବଢ଼ୁନଥିଲା। ଶିଶୁକୁ ବଞ୍ଚାଇବା ପାଇଁ ଡାକ୍ତର ମଧ୍ୟ ଭୟଭୀତ ଥିଲେ। ଗର୍ଭଧାରଣର ୨୪ ସପ୍ତାହ ପରେ ସି-ସେକ୍ସନ ଜରିଆରେ ଶିଶୁ ଜନ୍ମ ହୋଇଥିଲା। ଯେତେବେଳେ ଶିଶୁ ଜନ୍ମ ହୋଇଥିଲା ତା’ର ଓଜନ ଏତେ କମ୍ ଥିଲା ଯେ ଜଣେ ବ୍ୟକ୍ତି ଧରିବା ମଧ୍ୟ କଷ୍ଟକର ଥିଲା। ଲଗାତାର ୫ ମାସ ଧରି ଶିଶୁଟିର ଚିକିତ୍ସା ଜାରି ରହିଥିଲା।

ଚିକିତ୍ସା ପରେ ଏବେ ଶିଶୁର ଓଜନ ୩ କେଜି ୨୦୦ ଗ୍ରାମ ରହିବା ସହ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ସାମାନ୍ୟ ଭାବେ ପିଲା ମା’ କ୍ଷୀର ପିଇବା ସହ ହସ୍ପିଟାଲରୁ ଡିସଚାର୍ଜ ହୋଇଛି। ଏହା ବିଶ୍ୱର ସବୁଠୁ କମ୍ ଓଜନର ଶିଶୁ ଥିଲା ବୋଲି କହିଛନ୍ତି ଡାକ୍ତର। ଶିଶୁକୁ ନେଇ ମା’ ମଧ୍ୟ ଖୁସି ଥିବାବେଳେ ପିଲା ବଞ୍ଚିବ ବୋଲି ବିଶ୍ୱାସ କରିନଥିଲେ। ଏହା ପୂର୍ବରୁ ଜର୍ମାନୀରେ ୨୦୦୯ ମସିହାରେ ଏକ ଶିଶୁ ଜନ୍ମ ନେଇଥିଲା ଯାହାର ଓଜନ ୨୭୪ ଗ୍ରାମ ରହିଥିଲା। ବିଶ୍ୱର ସବୁଠୁ କମ୍ ଓଜନର ଶିଶୁ ଥିଲା।

LEAVE A REPLY

Please enter your comment!
Please enter your name here