ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ନବରଙ୍ଗପୁର ସଭାରେ ମୋଦିଙ୍କୁ ନବୀନଙ୍କ ମାରାଥନ ପ୍ରଶ୍ନ
ନବରଙ୍ଗପୁରରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ସଭାପତି ଜନସଭାକୁ ସମ୍ବୋଧିତ କରିବା ବେଳେ ବିଜେପିକୁ ଟାର୍ଗେଟ କରିବା ସହ ଅନେକ ପ୍ରଶ୍ନ ପଚାରିଛନ୍ତି ବିଜେଡି ସଭାପତି।
ନବୀନ ପ୍ରଶ୍ନ କରିଛନ୍ତି କି, “ଧାନର ସହାୟକ ମୂଲ୍ୟ ୨ଗୁଣ କରିବା କଥା କୁଆଡ଼େ ଗଲା? ନବରଙ୍ଗପୁରରେ ନୂଆ ରେଳଲାଇନ୍ ତିଆରି କଥା କୁଆଡ଼େ ଗଲା? ମହାନଦୀ ପ୍ରସଙ୍ଗର ସମାଧାନ ହେଲା ନାହିଁ। ଚାଷୀ ବୀମାରେ କାହିଁକି ପରିବର୍ତ୍ତନ କରାଗଲା ନାହିଁ?”
ବନ୍ୟା, ବାତ୍ୟା କି ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶାରେ ଦେଖା ମିଳିନଥାଏ। କେବଳ ନିର୍ବାଚନ ଆସିଲେ ସେମାନେ ଓଡ଼ିଶା ଆସିଥାନ୍ତି ବୋଲି ବିଜେପିକୁ ଟାର୍ଗେଟ କରି ନବୀନ କହିଛନ୍ତି।
ଏହାସହିତ ନବୀନ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି କି, “ଏସସି, ଏସଟି ପିଲାଙ୍କ ସ୍କଲାରସିପ୍କୁ କାହିଁକି ଅଟକାଗଲା। ରାଜ୍ୟରେ ପ୍ରତି ଜମିକୁ ଜଳସେଚନ କଥା କୁଆଡ଼େ ଗଲା?”
‘କାଳିଆ’ ଯୋଜନାରେ ଜଣେ ବି ଚାଷୀ ବଞ୍ଚିତ ହେବେନାହିଁ : ନବୀନ
ବିଜେଡିର ଷ୍ଟାର ପ୍ରଚାରକ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନୀ ପ୍ରଚାର ଲାଗି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘରରେ ଆୟୋଜିତ ସନସଭାକୁ ସମ୍ବୋଧିତ କରିଥିଲେ ବିଜେଡି ସଭାପତି। ଏଠାରେ ସେ ବିଜେଡିକୁ ଭୋଟ ଦେବା ଲାଗି କହିଛନ୍ତି।
ଏହା ସହିତ ନବୀନ କହିଛନ୍ତି, “କାଳିଆ ଯୋଜାନାରୁ ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ। ସାଢେ ଚାରିକୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର। ସେମାନଙ୍କ ସହ ମୁଁ ମୋ ଶେଷ ନିଶ୍ୱାସ ଥିବା ଯାଏଁ ରହିବି। ଚାଷୀଙ୍କ ଲାଗି ଆମ ସରକାର ସଚେତନ। ଆମ ଇସ୍ତାହରରେ ପ୍ରଥମ ସ୍ଥାନରେ ଚାଷୀ ଅଛନ୍ତି। ଶେଷ ନିଶ୍ୱାସ ଯାଇଁ ମୁଁ ଆପଣଙ୍କ ସେବା କରିବି। ମୋତେ ଆପଣ ମାନେ ଆର୍ଶିବାଦ କରନ୍ତୁ।”
“୨୦୧୯ ନିର୍ବାଚନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ”
ନିର୍ବାଚନ ତାରିଖ ଘୋଷଣା ପରେ ମୋଦି ତୃତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି। ସୁନ୍ଦରଗଡ଼ର ରୂପିଡିହ ସାଧାରଣ ସଭାରେ ଯୋଗ ଦେଇ ମୋଦି ଉଦବୋଧନ ଆରମ୍ଭ କରିବା ପୂର୍ବରୁ ରାଜ୍ୟବସୀଙ୍କୁ ନବରାତ୍ରର ଶୁଭେଚ୍ଛା ଜଣାଇଛନ୍ତି।
“ସୁନ୍ଦରଗଡ଼ରେ ଏ ଜନସମୁଦ୍ର ଦେଖି ମୁଁ ଅଭିଭୂତ। ଦେଶ ସୁରକ୍ଷାରେ ଲାଗିଥିବା ଓଡ଼ିଶାର ସବୁ ଯବାନଙ୍କୁ ମୋର ପ୍ରଣାମ। ଆପଣଙ୍କ ଆଶୀର୍ବାଦ ମୁଁ ଭୁଲି ପାରିବିନାହିଁ। ପ୍ରଧାନମନ୍ତ୍ରୀ ନୁହେଁ ପ୍ରଧାନସେବକ ସୁନ୍ଦରଗଡ଼ ଆସିଛି”, ସୁନ୍ଦରଗଡ଼ରେ କହିଛନ୍ତି ମୋଦି।
ସେ ଆହୁରି କହିଛନ୍ତି ମଜବୁତ ଭାରତ ପାଇଁ ମଜବୁତ ସରକାର, ମଜବୁତ ଓଡ଼ିଶା ଦରକାର। ଓଡ଼ିଶାରେ ଉଚିତ ନୀତି କି ନିୟତ ନାହିଁ। ଯଦି ବିଜେଡିର ନିୟତ ଠିକ୍ ଥାଆନ୍ତା। ଚାଷୀଙ୍କୁ ଉଚିତ ଦାମ, ସ୍ୱାସ୍ଥ୍ୟ ସୁବିଧା ମିଳୁଥାନ୍ତା, ଖଣିରୁ ମିଳୁଥିବା ଟଙ୍କାରେ ଉନ୍ନତି ହୋଇପାରନ୍ତା। ଓଡ଼ିଶା ଗରିବ ନୁହେଁ। ଓଡ଼ିଶା ଲୋକଙ୍କ ପାଖରେ ସାମର୍ଥ୍ୟ ରହିଛି ହେଲେ ବିଜେଡି ବିକାଶରେ ରୋକ ଲଗାଇ ଦେଇଛି।
ହାତ ଧରିଲେ ଶତ୍ରୁଘ୍ନ
ପାଟନାର ସାହିବରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଶତ୍ରୁଘ୍ନ କିଛିଦିନ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଯାହାପରେ ସେ ଘୋଷଣା କରିଥିଲେ କି ଏପ୍ରିଲ ୬ରେ କଂଗ୍ରେସରେ ସାମିଲ ହେବେ।