ଓଡ଼ିଶାଲାଇଭ ବ୍ୟୁରୋ

ଏବେ ସମର ଭେକେସନର ସମୟ। ଅନେକ ଲୋକ ଏହି ସମୟରେ ନିଜ ଫ୍ୟାମିଲି ସହ ବାହାରକୁ ବୁଲିବାକୁ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଭେକେସନରେ ଯିବା ପୂର୍ବରୁ କୌଣସି ବି ସ୍ଥାନକୁ ଆପଣ ବାଛିବା ପୂର୍ବରୁ କିଛି କଥା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଯଦି ଆପଣ ଏମିତି କିଛି କରୁଛନ୍ତି ତେବେ ଆପଣଙ୍କ ଯାତ୍ରା ବହୁତ ଭଲ ରହିବ।

ଯେଉଁଠିକୁ ଯିବାକୁ ପ୍ଲାନ କରୁଛନ୍ତି ପ୍ରଥମେ ସେ ସ୍ଥାନ ବାବଦରେ ଟିକିନିଖି ଅପଡେଟ ନିଅନ୍ତୁ। ସେ ସ୍ଥାନ ବାବଦରେ ତଥ୍ୟ ସଂଗ୍ରହ କରନ୍ତୁ।

ଟ୍ରାଭେଲ ଏଜେନ୍ସି ମାନଙ୍କ ଦ୍ୱାରା ସେଠାରେ ରହିବା ଖାଇବା ବୁଲିବା ପାଇଁ ପୂର୍ବରୁ ପ୍ରି ବୁକିଂ କରିଦିଅନ୍ତୁ।

ଯେଉଁସ୍ଥାନକୁ ବୁଲିବାକୁ ଯାଉଛନ୍ତି ସେଠିକାର ପାଖାପାଖି ଅଞ୍ଚଳରେ ରହିବା ସ୍ଥାନ ବୁକ୍ କରିବେ। ଏପରି କଲେ ଆପଣଙ୍କ ଯିବା ଆସିବାରେ ଅଧିକ ସମୟ ଯିବନି ଓ ଆପଣ ଯେଉଁ ସ୍ଥାନକୁ ଯାଇଛନ୍ତି ତାହାକୁ ମନଭରି ଉପଭୋଗ କରିପାରିବେ।

ଏବେ ଅନେକ ରାଜ୍ୟରେ ଖରା ବହୁତ ହେଉଛି। ତେବେ ଯଦି ଆପଣ ରାଜ୍ୟ ବାହାରକୁ କିମ୍ବା ଦେଶ ବାହାରକୁ ଯିବାକୁ ପ୍ଲାନ କରିଛନ୍ତି ତେବେ ସେଠାକାର ପାଣିପାଗ ଓ ଜଳବାୟୁ ବାବଦରେ କିଛିଟା ତଥ୍ୟ ରଖିବା ଭଲ।

ଆପଣଙ୍କର ଦରକାରୀ ଜିନିଷ ନେବାକୁ କେବେ ବି ଭୂଲିବେନି। ଯେମିତି କି ନିତିଦିନିଆ ଔଷଧ। ଏହା ସହିତ ଫାଷ୍ଟ ଏଡ୍ ବକ୍ସଟିଏ ପାଖରେ ରଖିଲେ ଭଲ।

ଯଦି ଭେକେସନରେ ଯାଇଛନ୍ତି ଓ ସାଙ୍ଗରେ ନିଜ ପ୍ରିୟଲୋକ ମାନେ ଅଛନ୍ତି, ତେବେ ସେ ସବୁତକ ସମୟ ଆପଣ ନିଜକୁ ଓ ନିଜ ପ୍ରିୟ ଲୋକଙ୍କୁ ଦିଅନ୍ତୁ। ସୋସିଆଲ ମିଡିଆ କିମ୍ବା ଫୋନରେ ଅଧିକ ସମୟ ଦେଲେ ଆପଣ ଯେଉଁଠିକୁ ଯାଇଛନ୍ତି ସେ ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ନାହିଁ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here