ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଜଙ୍ଗଲି ହାତୀ ଆକମଣରେ ଗତ ୪ ବର୍ଷରେ ୩୬୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାରେ ଜଙ୍ଗଲି ହାତୀ ଆକ୍ରମଣରେ ୩୬୯ ଜଣ ଲୋକ ପ୍ରାଣ ହରାଇଥସିବା ବେଳେ ୨୦୭ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ୍‌ ଏନେଇ ସୂଚନା ଦେଇଛନ୍ତି। ସରକାରୀ ସୂଚନା ମୂତାବିକ, ଗତ ଜାନୁଆରି ୨୦୧୫ରୁ ଜୁନ୍‌ ୨୦୧୯ ମଧ୍ୟରେ ହାତୀ ଆକ୍ରମଣରେ ମୋଟ ୩୬୯ ଜଣଙ୍କ ମୃତ୍ୟୁ ହୋଇଛି।

ମଙ୍ଗଳବାର ବିଧାନସଭାରେ ବିଜେଡି ବିଧାୟକ ମୁକେଶ କୁମାର ପାଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ବିକ୍ରମ ଆରୁଖ୍‌ ଏହି ସୂଚନା ଦେଇଛନ୍ତି। ହାତୀ ଆକ୍ରମଣରେ ରାଜ୍ୟରେ ବାର୍ଷିକ ହାରାହାରି ୯୨ ଜଣ ଲୋକ ପ୍ରାଣ ହରାଉଛନ୍ତି।

ଅନ୍ୟପକ୍ଷରେ ବଣୁଆ ହାତୀମାନେ କିପରି ଜନବସତି ଆଡ଼କୁ ଆସିବେ ନାହିଁ, ସେନେଇ ଫରେଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବିକ୍ରମ ଆରୁଖ୍‌ କହିଛନ୍ତି।

LEAVE A REPLY

Please enter your comment!
Please enter your name here