ଓଡ଼ିଶାଲାଇଭ୍ ବ୍ୟୁରୋ

ଅସ୍ୱାସ୍ଥ୍ୟକର ଏବଂ ଅପୁଷ୍ଟିକର ଫାଷ୍ଟଫୁଡ୍‌ ଓ ଜଙ୍କ ଫୁଡ୍‌ ଖାଇବା ଲୋକଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ଫଳରେ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସ୍‌ ଆଣ୍ଡ ସମ୍ ହସ୍ପିଟାଲର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଇଛି।

ଏହି ସଚେତନତା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ।

ଏକ ସୁସ୍ଥ ଓ ନିରୋଗ ଜୀବନ ସମସ୍ତଙ୍କ ପାଇଁ ଜରୁରୀ। କର୍ମ ଓ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁଷମ ପୁଷ୍ଟିକର ଖାଦ୍ୟ ଓ ପାନୀୟ ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସୁଷମ ଖାଦ୍ୟର ଉପକାରିତା ଓ ତା’ର ବ୍ୟବହାରରୁ କିପରି ଓ କେତେ ପରିମାଣରେ ନିୟମିତ ଖାଇବା ଆବଶ୍ୟକ ସେଗୁଡ଼ିକ ଉପରୋ ଆଲୋକପାତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଖାଦ୍ୟ ଓ ପୋଷଣ ବିଭାଗର ମୁଖ୍ୟ ପୁଷ୍ପାଳି ମିଶ୍ର ଯୋଗ ଦେଇଥିଲେ।

ଦିନକୁ ଦନ ଅପମିଶ୍ରିତ ଖାଦ୍ୟର ବ୍ୟବହାର ବଢ଼ୁଥିବା ବେଳେ କିପରି ସ୍ଵାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇ ଶରୀରକୁ  ସୁସ୍ଥ ରଖାଯାଇପାରିବ ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here