ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ବିଜେପୁର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ। ଦିନ ୧୧ଟାରୁ ୩ଟା ଭିତରେ ପ୍ରାର୍ଥୀ ମାନେ ପ୍ରାର୍ଥିପତ୍ର ଦାଖଲ କରିବେ।  ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ।

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟେବାର ୩ ରହିଛି।  ଅକ୍ଟୋବର ୨୧ରେ ସକାଳ ୭ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ୨୪ରେ ଭୋଟ ଗଣତି ହେବ। ୨୭ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ଅନ୍ୟପକ୍ଷରେ ଆଜି ବିଜେଡିର ସମନ୍ୱୟ କମିଟି ବୈଠକ ବସୁଛି। କିଏ କେଉଁ ପଞ୍ଚାୟତ ଓ କିଏ କେଉଁ ବ୍ଲକରେ ଦାୟିତ୍ୱରେ ରହିବେ ସେନେଇ ଏହି ବୈଠକରେ ଆଲୋଚନା ହେବ। ଏଥିସହ ଦଳର ଷ୍ଟାର କ୍ୟାମ୍ପେନର କିଏ ହେବେ ସେନେଇ ମଧ୍ୟ ଆଲୋଚନା ହେବ।

LEAVE A REPLY

Please enter your comment!
Please enter your name here