ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଏ ବର୍ଷ ସ୍ଥଗିତ ରଖାଯାଇଛି। ମହାମାରୀ କାରଣରୁ ଧନୁଯାତ୍ରା ନ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବରଗଡ଼ ଧନୁଯାତ୍ରାକୁ ଦେଖିବା ପାଇଁ ପ୍ରତି ବର୍ଷ ହଜାର ହଜାର ଦର୍ଶକ ଆସିଥାନ୍ତି। ଏ ବର୍ଷର ଧନୁଯାତ୍ରା ଚଳିତ ୩୧ ତାରିଖରୁ ଆରମ୍ଭ ହୋଇଥାନ୍ତା।

ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଏକଥା ଘୋଷଣା କରିଛନ୍ତି। କୋଭିଡ୍ ପରିସ୍ଥିତି ଯୋଗୁ ଧନୁଯାତ୍ରାକୁ ସ୍ଥଗିତ ରଖିବା ପାଇଁ ସମୂହ ମତ ପ୍ରକାଶ ପାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ଯାତ୍ରା କୁହାଯାଉଥିବା ଧନୁଯାତ୍ରା ସହିତ ବହୁ କିମ୍ବଦନ୍ତୀ ଜଡ଼ିତ। କୃଷ୍ଣ, ବଳରାମ ଓ ମଥୁରାର ଏକ ଚମତ୍କାର ପରିବେଶ ସୃଷ୍ଟି ହୋଇଥାଏ ଏହି ଯାତ୍ରା ସମୟରେ।

ବରଗଡ଼ ଧନୁଯାତ୍ରା ବେଳେ ପଲ୍ଲୀଶ୍ରୀ ମେଳା, ମୀନା ବଜାର ସର୍କସ ଆଦି ବସିଥାଏ। ମୀନା ବଜାରରେ ଭୀଷଣ ଭିଡ଼ ପରିଲକ୍ଷିତ ହୋଇଥାଏ।

Comment