ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବିଜେପୁର ଉପନିର୍ବାଚନରେ ମୋଟ ୭୯.୧୭ ପ୍ରତିଶତ ମତଦାନ ହୋଇଛି। ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ ବିଜେପୁରରେ ଅଧିକ ମତଦାନ ହୋଇଛି” ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌ କେ ଲୋହାନି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୋମବାର ସରିଛି ବିଜେପୁର ଉପନିର୍ବାଚନ। ଇଭିଏମ୍‌ରେ ସିଲ୍‌ ହୋଇଛି ନେତାଙ୍କ ଭାଗ୍ୟ। ଆସନ୍ତା ୨୪ ତାରିଖରେ ହେବ ଭୋଟ ଗଣିତ। ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌ କେ ଲୋହାନି ସାମ୍ବାଦିକ ସମ୍ମିଳନୀ କରି ଭୋଟ ଗଣିତ ବ୍ୟବସ୍ଥା ଉପରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି,” ଆସନ୍ତା ୨୪ ତାରିଖରେ ଅର୍ଥାତ୍‌ ଗୁରୁବାର ସକାଳ ୮ଟାରେ ପଦ୍ମପୁରରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣିତ ହେବ। ମୋଟ ୧୪ ଟି ଟେବୁଲରେ ଗଣତି ହେବ। ପ୍ରତି ଟେବୁଲରେ ରହିବେ ୪ ଜଣ କର୍ମଚାରୀ। ଏହିପରି ଭାବେ ମୋଟ ୧୦୩ ଜଣ କର୍ମଚାରୀ ଗଣତି ପ୍ରକ୍ରିୟାରେ ନିୟୋଜିତ ହେବେ। ଗଣତି ଟେବୁଲରେ ୫ଟି ଭିଭିପାଟ୍‌ ଏବଂ ଇଭିଏମ୍‌ ପୋଲିଂକୁ ମେଳ କରାଯିବ।”

ବିଜେପୁର ଉପନିର୍ବାଚନରେ ଏଥର କାହାକୁ ବାଛିବେ ବିଜେପୁରବାସୀ ଆଉ କିଏ ମାରିବ ଫେଲ୍‌। ତା’ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here