ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ରେକର୍ଡ ବିଜୟ। ସମସ୍ତଙ୍କୁ ପଛରେ ପକାଇ ୯୭ ହଜାର ୯୯୪ ରେକର୍ଡ ବ୍ୟବଧାନରେ ରୀତା ବିଜୟ ହାସଲ କରିଛନ୍ତି। ଭୋଟ ଗଣତିର ଶେଷ ସୁଦ୍ଧା ବିଜେଡି ୧,୩୫,୯୪୯ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେପିକୁ ୩୭,୯୫୫ ଏବଂ କଂଗ୍ରେସକୁ ୫,୮୭୧ ମିଳିଛି।

ବିଜେପୁରରେ ରୀତାଙ୍କ ବୃହତ୍‌ ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକାଶ କରିଛନ୍ତି। ଫୋନ କରି ନବୀନ ରୀତାଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି।

ଏଥିସହିତ ରୀତା ସାହୁ ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସୋମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ଆସନରୁ ସର୍ବାଧିକ ୮୧,୪୩୦ ବ୍ୟବଧାନରେ ଜିତିଥିଲେ। ଏହି ରେକର୍ଡକୁ ଭାଙ୍ଗି ରୀତା ୯୭,୯୯୪ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନକୁ ମଧ୍ୟ ଟପି ଯାଇଛନ୍ତି ରୀତା। ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ ନବୀନ ପଟ୍ଟନାୟକ ୫୭,୧୨୨ ଭୋଟ୍‌ ବ୍ୟବଧାନରେ ଜିତିଥିଲେ।

Comment