ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି। ତାଜା ସୂଚନା ଅନୁଯାୟୀ, ୧୮ ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ରୀତା ସାହୁ ୮୭, ୩୭୩ ଭୋଟ୍‌ରେ ଆଗୁଆ ଅଛନ୍ତି। ଏଥିସହିତ ପୂର୍ବ ସାଧାରଣ ନିର୍ବାଚନର ବିଜୟ ବ୍ୟବଧାନକୁ ଟପି ରେକର୍ଡ କରିଛନ୍ତି ରୀତା ସାହୁ।

ସାଧାରଣ ନିର୍ବାଚନରେ ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସୋମ୍ୟ ଖଣ୍ଡପଡ଼ା ଆସନରୁ ସର୍ବାଧିକ ବ୍ୟବଧାନରେ ଜିତିଥିଲେ। ଖଣ୍ଡପଡ଼ାର ସୋମ୍ୟ ୮୧,୪୩୦ ଭୋଟ ପାଇ ଜିତିଥିଲେ। ଏହି ରେକର୍ଡକୁ ଭାଙ୍ଗି ରିତା ୮୭, ୩୭୩ ଭୋଟ୍‌ ବ୍ୟବଧାନରେ ଆଗୁଆ ଅଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟପି ଯାଇଛନ୍ତି ରୀତା ସାହୁ। ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ ନବୀନ ପଟ୍ଟନାୟକ ୫୭,୧୨୨ ଭୋଟ୍‌ ବ୍ୟବଧାନରେ ଜିତିଥିଲେ।

୧୮ ରାଉଣ୍ଡ ସୁଦ୍ଧା ବିଜେଡି ରୀତା ସାହୁଙ୍କୁ ମିଳିଛି ୧,୨୦,୯୮୪ ଖଣ୍ଡ ଭୋଟ୍‌। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୩୩,୬୧୧ ଭୋଟ ମିଳିଥିବା ବେଳେ କଂଗ୍ରେସ ହାତରେ ରହିଛି ୫,୦୪୭ ଭୋଟ୍‌। ବର୍ତ୍ତମାନ ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।

Comment