ଓଡ଼ିଶାଲାଇଭ୍‌ ବ୍ୟୁରୋ

Bijepur Vote

ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ଅପରାହ୍‌ଣ ୩ଟା ସୁଦ୍ଧା ବିଜେପୁରରେ ୫୬.୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ଏସ୍‌ କେ ଲୋହାନି ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି।

ବିଜେପୁର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଅପରାହ୍‌ଣ ୧ଟା ସୁଦ୍ଧା ମତଦାନ ୩୭.୧୦ ପ୍ରତିଶତ ହୋଇଥିବା ବେଳେ ବର୍ତ୍ତମାନ ୫୬.୫ ପ୍ରତିଶତ ମତଦାନ ହୋଇଛି। ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ।

ଏଥର ବିଜେପୁର ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ। ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡାଙ୍କ ସମେତ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ଏହି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିଜେପୁରବାସୀ।

Comment