ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବହୁ ଚର୍ଚ୍ଚିତ ବିଜେପୁର ଉପ-ନିର୍ବାଚନର ବାହାରିବ ଫଳାଫଳ। ପଦ୍ମପୁରରେ ଚାଲିବ ଭୋଟ୍‌ ଗଣତି। ୧୦୩ ଜଣ କର୍ମଚାରୀ ସାମିଲ ହୋଇ ଭୋଟ୍‌ ଗଣତି କରିବେ।

ଅପରାହ୍‌ଣ ସୁଦ୍ଧା ଜଣାପଡ଼ିବ କାହାମୁଣ୍ଡରେ ବିଜେପୁରବାସୀ ପିନ୍ଧାଇବେ ବିଜୟ ମୁକୁଟ। ବିଜେପୁରରେ ଚାଲିଥିଲା ହାଇଭୋଲ୍‌ଟେଜ୍‌ ପ୍ରଚାର। ନିର୍ବାଚନ ମଇଦାନରେ ଥିଲେ ୫ ଜଣ ପ୍ରାର୍ଥୀ। ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ସମେତ ଆଉ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟରେ ଚାଲିଥିଲା ଜୋରଦାର ଟକ୍କର। ଏହି ପ୍ରାର୍ଥୀଙ୍କ ମଧ୍ୟରୁ କିଏ ଜିତିବ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ବିଜେପୁରରେ ୨୮୫ଟି ପୁଲିଂ ବୁଥ୍‌ରେ ଗତ ୨୧ ତାରିଖରେ ହୋଇଥିଲା ଭୋଟ୍‌। ମୋଟ୍‌ ୭୯.୧୭ ପ୍ରତିଶତ ମତଦାନ ହୋଇଛି।

ମୋଟ୍‌ ୧୪ଟି ଟେବୁଲରେ ଗଣତି ହେବ। ପ୍ରତି ଟେବୁଲରେ ରହିବେ ୪ ଜଣ କର୍ମଚାରୀ।

Comment