ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଗାଦି ପାଇଁ ଚାଲିଛି ଗଣତି। ବିଜେପୁରରେ କିଏ କରିବେ ବାଜିମାତ୍? ଆଜି ସନ୍ଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ। ତେବେ ସପ୍ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି।

ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି  ୩୮,୬୯୪ ଭୋଟରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୫୮,୨୭୭, ବିଜେପିକୁ ୧୬,୧୨୯ ଏବଂ କଂଗ୍ରେସକୁ ୨,୨୦୯  ଖଣ୍ଡ ଭୋଟ ମିଳିଛି।

ବର୍ତ୍ତମାନ ଫଳାପଲକୁ ନେଇ ସବୁ ଦଳ ମଧ୍ୟରେ ଉତ୍କଣ୍ଠାର ଦେଖାଦେଇଛି। ତେବେ କାହା ସପକ୍ଷରେ ରାୟ  ଆସିବ, ଆଗାମୀ ୫ ବର୍ଷ କିଏ ବିଜେପୁର ଗାଦିରେ କିଏ ବସିବ ତାହା ଆଜି ଜଣାପଡ଼ିବ।

ବିଜେପୁର ମଇଦାନରେ ଏଥର ୫ ଜଣ ପ୍ରାର୍ଥୀ ଥିଲେ। ବିଜେଡିରୁ ରୀତା ସାହୁ, କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆଙ୍କ ସମେତ ଆଉ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଥିଲେ। ହେଲେ ମୁଖ୍ୟ ଲଢ଼େଇ ବିଜେଡି ଏବଂ ବିଜେପି ଭିତରେ ଚାଲିଛି। ବିଜେପୁରରେ କଂଗ୍ରେସ ପଛରେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି।

ବିଜେପୁରରେ ୨୮୫ଟି ପୁଲିଂ ବୁଥ୍‌ରେ ଗତ ୨୧ ତାରିଖରେ ହୋଇଥିଲା ଭୋଟ୍‌। ମୋଟ୍‌ ୭୯.୧୭ ପ୍ରତିଶତ ମତଦାନ ହୋଇଛି।

LEAVE A REPLY

Please enter your comment!
Please enter your name here