ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦିନେ ଡରୁଆ ‘କମନ୍‍ମ୍ୟାନ୍‍’ ମନରୁ ଭୟ ହଟିଯାଏ ସେ ପାଲଟେ ‘ଅଭୟ’ ଅଭୟ ସେୟା କରିବାକୁ ବାଧ୍ୟ ହୁଏ, ଛାତିରେ ନିଆଁ ଲାଗିଲେ ଯାହା କରିବାକୁ ହୁଏତ ପଛାଏ ନାହିଁ ଜଣେ  ସାଧାରଣ ମଣିଷ

ଜଣେ କନେଷ୍ଟବେଳର ପୁଅ ‘ଅଭୟ’। ଅତି ସାଧାରଣ ଘରର ପିଲାଙ୍କ ଭଳି ଟିକେ ଡରକୁଳା। କୌଣସି ଗଣ୍ଡଗୋଳକୁ ତା’ର ପ୍ରାଣେ ଡର। ପ୍ରେମ ତ ଦୂରର କଥା, ଝିଅପିଲାଙ୍କ ସହ ମିଳାମିଶାକୁ ବି ଡର। ଏମିତି ଏକ କମନ୍‍ ମ୍ୟାନ୍‍ର ଚରିତ୍ରରେ ଏଥର ରଜରେ ଆସୁଛନ୍ତି ଓଲିଉଡ୍‌ର ଆକ୍ସନ୍‍ ଷ୍ଟାର୍‍ ଅନୁଭବ। ତରଙ୍ଗ ସିନେ ପ୍ରଡକ୍ସନ୍ସର ‘ଅଭୟ’ ଖୁବ୍‍ ଶୀଘ୍ର ରିଲିଜ୍‍ ହେବାକୁ ଯାଉଛି।

ସମାଜର ଜଣେ ସାଧାରଣ ମଣିଷର ପ୍ରତୀକ ‘ଅଭୟ’ ଅନ୍ୟାୟକୁ ସହିପାରେନି, କିନ୍ତୁ ଖୋଲାଖୋଲି ଭାବେ ପ୍ରତିବାଦ ବି କରିପାରେନି। ଘରେ ବସି ଫେସ୍‍ବୁକ୍‌ରେ କୌଣସି ବିଷୟରେ ଲମ୍ବା ଚ‌ଉଡ଼ା ଚର୍ଚ୍ଚା କରିପାରେ, କିନ୍ତୁ କୌଣସି ଘଟଣାକୁ ସାମ୍ନା କରିପାରେନା। କୌଣସି ଆନ୍ଦୋଳନରେ ବହୁତ ଲୋକ ସାମିଲ୍‍ ଥିଲାବେଳେ ଲୁଚିଲୁଚି ଟାୟାର ଜାଳିପାରେ ଅଭୟ, କିନ୍ତୁ ଆନ୍ଦୋଳନର ନେତୃତ୍ୱ ନେଇପାରେନା।

ସାଧାରଣ ପରିବାରର ପିଲାଟିଏ ପାଠଶାଠ ପଢି ଧାଏଁ ରୋଜଗାର କରିବାକୁ। ଅଭୟ ମଧ୍ୟ ସେ ରାସ୍ତାରେ ଯିବାକୁ ଚେଷ୍ଟା କରିଛି। ମଧ୍ୟବିତ୍ତ ପରିବାରର ବାଧ୍ୟ ସନ୍ତାନ ଅଭୟକୁ ବାପା ପୋଲିସ୍‍‌ରେ ଭର୍ତ୍ତି କରିବାକୁ ଚାହାନ୍ତି, ବଡ଼ ପଦବୀରେ। ଜଣେ କନେଷ୍ଟବଳ ହିସାବରେ ସେ ଯାହା କରିପାରିନାହାନ୍ତି, ପୁଅ ତାହା କରୁ। କିନ୍ତୁ ଅଭୟ ପ୍ରମାଣ କରିଦିଏ ଯେ ଅନୀତି ଓ ଦୁର୍ନୀତିର ମୁକାବିଲା କରିବା ପାଇଁ ବଡ଼ ପୋଲିସ୍‍ ଅଫିସର ହେବା ଦରକାର ନାହିଁ।

ଦିନେ ଡରୁଆ ‘କମନ୍‍ମ୍ୟାନ୍‍’ ମନରୁ ଭୟ ହଟିଯାଏ। ସେ ପାଲଟେ ’ଅଭୟ’। ଅଭୟ ସେୟା କରିବାକୁ ବାଧ୍ୟ ହୁଏ, ଛାତିରେ ନିଆଁ ଲାଗିଲେ ଯାହା କରିବାକୁ ହୁଏତ ପଛାଏ ନାହିଁ ଜଣେ ସାଧାରଣ ମଣିଷ।

ଅଭୟରେ ଅନୁଭବଙ୍କ ସହିତ ଅଛନ୍ତି ଏଲିନା। ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ଅଶ୍ରୁମୋଚନ, ଅନୀତା ଦାସ ଓ ମନୋଜ ମିଶ୍ର। ଏହି ମଲ୍ଟିଷ୍ଟାରର୍‍ ମୁଭିର ନିର୍ଦ୍ଦେଶକ ହେଉଛନ୍ତି ମୁରଲୀ କ୍ରିଷ୍ଣା। ସଙ୍ଗୀତ ଦେଇଛନ୍ତି ପ୍ରେମ୍‍ ଆନନ୍ଦ।

ନିକଟରେ ସିନେମାର ଶେଷ ପର୍ଯ୍ୟାୟ ସୁଟିଂ ଲଦାଖରେ ହୋ‍ଇଯାଇଛି। ଜୁନ୍‍ ୯ ତାରିଖରେ ରଜ ବଜାରରେ ରିଲିଜ୍‍ ପାଇଁ ତରଙ୍ଗ ସିନେ ପ୍ରଡକ୍ସନ୍ସ ସଜବାଜ ହେଉଥିବାର ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here