ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଆଙ୍ଗ୍ରି ୟଙ୍ଗମ୍ୟାନ୍‍ ଅନୁଭବଙ୍କୁ ‘ଅଭୟ’ ଚରିତ୍ର ପାଇଁ ବେଶ୍‍ ମେହନତ କରିବାକୁ ପଡ଼ିଛି। ରଜରେ ରିଲିଜ୍‍ ହେଉଥିବା ଏହି ସିନେମାରେ ତାଙ୍କ ଚେହେରା ବଦଳିଯାଇଛି। ଆଜିକାଲିକା ଟ୍ରେଣ୍ଡି ହେୟାରକଟ୍‌ ସାଙ୍ଗକୁ ଶରୀରର ଓଜନ କମାଇ ଅନୁଭବ ଏକ ନୂଆ ଲୁକ୍‌ରେ ଆସୁଛନ୍ତି।

ଜଣେ କନେଷ୍ଟବେଳର ପୁଅ ଚରିତ୍ରରେ ଅଭିନୟ କରି ‘କମନ୍‌ମ୍ୟାନ୍‌’ର ପ୍ରତୀକ ରୂପେ ଠିଆ ହୋ‍ଇଛନ୍ତି ଅନୁଭବ। ଏହି ଚରିତ୍ର ପାଇଁ ନିଜକୁ ଫିଟ୍‌ କରିବାକୁ ଯାଇ ତିନି ମାସ ଭିତରେ ସେ ପ୍ରାୟ ଦଶ କିଲୋଗ୍ରାମ୍‌ ଓଜନ କମାଇଛନ୍ତି। ଏଥିପାଇଁ ଦିଲ୍ଲୀରୁ ଏକ ତିନିଜଣିଆ ଟିମ୍‍ ଆସି ତାଙ୍କର ବ୍ୟାୟାମ, ଖାଦ୍ୟପେୟ ଓ ପ୍ରତିଦିନର ଟାଇମ୍‌ଟେବୁଲ୍‌କୁ ତଦାରଖ କରୁଥିଲେ।

ଏଲିନାଙ୍କୁ ବୁଲେଟ୍‌ରେ ବସେଇ ଲଦାଖ ଘାଟିରେ ବୁଲିବା ହେଉ କିମ୍ବା ସିନେମାର କ୍ଲାଇମାକ୍ସରେ ଖୋଲା ଦେହର ଫାଇଟ୍‌, ଅନୁଭବଙ୍କ ଏହି ନୂଆ ଲୁକ୍‍ ଦର୍ଶକଙ୍କୁ ଟାଣିପାରେ।

LEAVE A REPLY

Please enter your comment!
Please enter your name here