ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାଇନ୍‌ ଫ୍ଲ୍ୟୁ ବିଷୟରେ ଜାଣିବା ଓ ଅନ୍ୟମାନଙ୍କୁ ଜଣାଇବା ହିଁ ସ୍ୱାଇନ୍‌ ଫ୍ଲ୍ୟୁକୁ  ଜୟ କରିବା!

୧. ସ୍ୱାଇନ୍‌ ଫ୍ଲ୍ୟୁ ଏକ ଭୂତାଣୁ ଜନିତ ରୋଗ। ଏହା ଇନ୍‌ଫ୍ଲ୍ୟୁଏଞ୍ଜା ‘ଏ’ (ଏଚ୍୧ଏନ୍୧ ଭାଇରସ୍) ଦ୍ଵାରା ବ୍ୟାପିଥାଏ।

୨. ଏହା ଏକ ବାୟୁବାହିତ ସଂକ୍ରାମକ ରୋଗ। ଫଳରେ ଏହା ଖୁବ୍ ଶୀଘ୍ର ଜଣକଠାରୁ ଆଉ ଜଣକୁ ବ୍ୟାପିଥାଏ।

୩. ସ୍ୱାଇନ୍‌ ଫ୍ଲ୍ୟୁରେ ଆକ୍ରାନ୍ତ ରୋଗୀଠାରେ ଝାଡ଼ାବାନ୍ତି, କଫ, ଅତ୍ୟଧିକ ମୁଣ୍ଡବିନ୍ଧା, କାଶ ଓ ଜ୍ୱର ଏବଂ ହାଲିଆ ହେଲା ଭଳି ଦେଖାଯାଏ।

୪. ସ୍ୱାଇନ୍‌ ଫ୍ଲ୍ୟୁ ଘୁଷୁରି କିମ୍ବା ମଣିଷ ଦେହରୁ ବ୍ୟାପିଥାଏ।

୫. ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକା ରହିଛି। ଏଥିପାଇଁ ପାଣ୍ଡେମ୍ରିକ୍ସ ଏବଂ ସେଲଭାପନ୍ ଟିକା ନେବାକୁ ପଡ଼େ।

୬. ସାଧାରଣତଃ ବର୍ଷା ଦିନେ ସ୍ୱାଇନ୍‌ ଫ୍ଲ୍ୟୁ ବ୍ୟାପିଥାଏ। ତେଣୁ ବର୍ଷା ଆରମ୍ଭରୁ ଏହି ଟିକା ପ୍ରତିଷେଧକ ନେବା ଦରକାର।

୭. କେବଳ ଟିକା ନୁହେଁ ସ୍ୱାଇନ୍‌ ଫ୍ଲ୍ୟୁରୁ ସୁରକ୍ଷିତ ରହିବା ପାଇଁ କୌଣସି ରୋଗୀ ବା ସଂକ୍ରମଣଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

୮. ସାଧାରଣତଃ ଯେଉଁ ବ୍ୟକ୍ତିମାନେ ସ୍ୱାଇନ୍‌ ଫ୍ଲ୍ୟୁ ଦ୍ୱାରା ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ୬୫ବର୍ଷରୁ ଅଧିକ ବୟସ୍କ ଲୋକ କିମ୍ବା ୫ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ରୋଗ ପ୍ରତିରୋଧକ କମ୍ ଥିବା ମଣିଷ।

୯. ଏହି ରୋଗ ପ୍ରଭାବିତ ଅଞ୍ଚଳରେ ରହୁଥିଲେ ଆବଶ୍ୟକସ୍ଥଳେ ମାସ୍କ ବ୍ୟବହାର କରିବା ଭଲ। ସେହିପରି କରମର୍ଦ୍ଦନ ଓ ଚୁମ୍ବନଠାରୁ ଦୂରେଇ ରୁହନ୍ତୁ।

୧୦. ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା, ନିଜକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା, ସୁସ୍ଥ ଖାଦ୍ୟାଭ୍ୟାସ ଓ ପ୍ରଚୁର ପାଣି ପିଇବା, ନିୟମିତ ନିଦ୍ରା ତଥା ନିଜକୁ ଚିନ୍ତା ମୁକ୍ତ ରଖିଲେ ଆପଣ ସ୍ୱାଇନ୍‌ ଫ୍ଲ୍ୟୁକୁ ଜୟ କରିପାରିବେ।

Tags: H1N1, H1N1 Flu Virus, H1N1 Virus, Influenza Virus, OdishaLIVE, Swine Flu, Swine influenza

Comment