ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ଦିନ ପରେ ଅର୍ଚ୍ଚିତା ଓ ଆକାଶ ଯୋଡ଼ିକୁ ଓଲିଉଡ ଦର୍ଶକ ଦେଖିବେ ‘ଜଷ୍ଟ ମୋହବତ୍’ରେ। ଗଣେଶ ପୂଜା ଅବସରରେ ରିଲିଜ୍ ହେବାକୁ ଥିବା ଏହି ସିନେମାରେ ମୋହବତ୍ ଯେତିକି କମେଡି ବି ସେତିକି। ନିକଟରେ ସିନେମାର ମ୍ୟୁଜିକ୍ ରିଲିଜ ବେଳେ ଓଡ଼ିଶାଲାଇଭ୍ ସହ ଟୁପ୍ଟାପ୍ ଆଲୋଚନା କରି ସୁଟିଂ ସେଟ୍ର କଥା ବଖାଣିଛନ୍ତି ଅର୍ଚ୍ଚିତା ସାହୁ।
ଏହା ଏକ ଚମତ୍କାର ଫିଲ୍ମ। ବହୁତ ମୋହବତ୍ ଅଛି ଏହି ଫିଲ୍ମରେ। ମୁଁ ନିଶ୍ଚିତ ଯେ ଫିଲ୍ମକୁ ସମସ୍ତେ ବହୁତ ପସନ୍ଦ କରିବେ।
ଆକାଶ ଓ ଅର୍ଚ୍ଚିତା ଯେହେତୁ ବହୁତ ଦିନ ପରେ ଏକାଠି ଆସିଛନ୍ତି, ପୁଣି ଅଭିଜିତ୍ ଦା’ଙ୍କ ମ୍ୟୁଜିକ୍ ଓ ମୁରଲି ସାରଙ୍କ ଡିରେକ୍ସନ, ଏହି କମ୍ବିନେସନଟା ଯେହେତୁ ନୂଆ, ସମସ୍ତଙ୍କୁ ବହୁତ ଭଲ ଲାଗିବ ।
ଗୀତ ସୁଟ୍ ଟାଇମ୍ରେ ମୋର ମନେପଡ଼ୁଛି ମତେ ଗୋଟେ ବୋଟ୍ରେ ଯିବାକୁ ଥିଲା। ବୋଟ୍ ମାନେ ଗାଁରେ ଯେଉଁଥିରେ ଯାଆନ୍ତି, କାତ ମାରିବାବାଲା ବୋଟ୍। ଆଉ ସେଥିରେ ନାଉରିଆ ବୋଟ୍ ଉପରେ ନଥିଲେ। ମୋତେ ବହୁତ ଡର ଲାଗୁଥିଲା। କାରଣ ମୋତେ ରେପଟାଇଲ୍ସଙ୍କୁ ବହୁତ ଡର। ସେହି ବୋଟ୍ରେ ବସି ଆମକୁ ଲୋକେସନକୁ ଯିବାକୁ ହୁଏ। ଆଉ ସେଥିରେ ବେଶୀ ଜଣ ବି ଏକାଠି ଯାଇପାରିବେନି। ମୁଁ ତ ପୂରା ନର୍ଭସ ହୋଇଯାଇଥିଲି। ଯଦି ମୋତେ କିଛି ହୋଇଗଲା ତାହେଲେ କିଏ ମୋତେ ବଞ୍ଚାଇବ?
ମୁଁ ବହୁତ ଡରି ଡରି ଲୋକେସନରେ ପହଞ୍ଚିଥିଲି। କିନ୍ତୁ ସୁଟ୍ ବହୁତ ବଢ଼ିଆ ହୋଇଥିଲା। ମୋତେ ବହୁତ ଖୁସି ଲାଗୁଛି ଯେ ଫିଲ୍ମଟା ମେକିଂ ୱାଇଜ୍ କେହି କହିପାରିବେନି ଯେ କୋଉଠି ଅଭାବ ରହିଗଲା।
ନିର୍ଦ୍ଦେଶନା ଦୃଷ୍ଟିରୁ ମୋତେ ଲାଗୁଛି ଗତ କିଛି ବର୍ଷ ଭିତରେ ଏହା ମୋର ସବୁଠାରୁ ଭଲ ଅଭିନୟ। କାହିଁକି ନା କ୍ଲାଇମେକ୍ସ ବେଳକୁ ମୋର କ୍ୟାରେକ୍ଟରରେ ବେଶ୍ ପରିବର୍ତ୍ତନ ଆସୁଛି। ମୁଁ ନିଜେ ଯେତେବେଳେ ଷ୍ଟୋରି ଶୁଣିଥିଲି, ଟିକେ ନର୍ଭସ ହୋଇଯାଇଥିଲି। ମୋତେ ଲାଗିଲା ମୁଁ ଏଭଳି ଚରିତ୍ରରେ କେମିତି କ’ଣ ଅଭିନୟ କରିବି। କିନ୍ତୁ ମୁରଲୀ ସାର୍ଙ୍କ ଉପରେ ବହୁତ ଭରସା ଥିଲା। କାରଣ ସେ ଆକ୍ଟିଂରେ ପୂରା ମାହିର୍। ସେ ଜାଣନ୍ତି କେମିତି ଆର୍ଟିଷ୍ଟଙ୍କୁ ତାଙ୍କ କମ୍ଫର୍ଟ ଜୋନ୍ରେ ରଖି ସେମାନଙ୍କଠାରୁ ଶ୍ରେଷ୍ଠ ଅଭିନୟ ବାହାର କରିହେବ।
ମୁଁ ନିଶ୍ଚିତ ଯେ ଫିଲ୍ମର ଆଉଟପୁଟ୍ ବହୁତ ଭଲ ହୋଇଥିବ।

Tags: Just Mohabbat, Archita, Akash, Papu PomPom, Abhijeet Majumdar, S K Muralidharan, Kalyan Chhotray



















Congratulations Archita. All the best.