ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ୍ ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକଙ୍କ ଆଜି ଜନ୍ମଦିନ। ୧୯୮୧ ମସିହାରେ ଆଜିର ଦିନରେ ଯାଜପୁର ରୋଡ୍‌ରେ ଜନ୍ମିତ ଆକାଶ ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଅଭିନୟ ଓ ରାଜନୈତିକ ଯାତ୍ରା ସଂପର୍କରେ…

୨୦୦୮ରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଆକାଶ। ‘କଳିଙ୍ଗ ପୁତ୍ର’ ଫିଲ୍ମ ମାଧ୍ୟମରେ ସେ ଓଲିଉଡରେ ଡେବ୍ୟୁ କରିଥିଲେ। ସେହିପରି ତାଙ୍କର ଅନ୍ୟ ସୁପରହିଟ୍‌ ଫିଲ୍ମ ମଧ୍ୟରେ ରହିଛି- ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’, ‘ଶୁଭ ବିବାହ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ଖିଲାଡ଼ି’, ‘ଧର୍ମ’, ‘ମିତ ବସିଛି ଭୂତ ସାଥୀରେ’, ‘ସଂଗ୍ରାମ’, ‘ତୁ କହିବୁ ନା ମୁଁ’, ‘ଅଗସ୍ତ୍ୟ’ ଓ ‘ଜଷ୍ଟ୍ ମହବତ୍’। ଫିଲ୍ମରେ ଢ଼େର ସଫଳତା ପାଇବା ପରେ ଆକଶ ରାଜନୀତିରେ ଭାଗ୍ୟ କରିଛନ୍ତି।

୨୦୧୪ ବିଧାନସଭା ନିର୍ବାଚନରେ ସେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ଏବେ ସେ ରାଜ୍ୟ ସରକାର ମୋ କଲେଜ ଅଭିଯାନର ଅଧ୍ୟକ୍ଷ ରହିଛନ୍ତି। ଏଥିସହିତ ସେ ନିଜର ଏକ ୟୁଟ୍ୟବୁ ଚ୍ୟାନେଲ କରିଛନ୍ତି। ଯାହାର ନାଁ ରହିଛି ଆକାଶ ଇନ୍ସାୟର୍ସ। ଏହାରି ମାଧ୍ୟମରେ ଆକାଶ ଯୁବପିଢ଼ିଙ୍କୁ ପ୍ରେରିତ କରିବା ପାଇଁ କିଛି ମୋଟିଭେସନାଲ୍‌ ଟକ୍‌ ପୋଷ୍ଟ କରୁଛନ୍ତି।

ଗତ କିଛି ବର୍ଷ ହେଲା ତାଙ୍କ ଜନ୍ମଦିନ କୌଣସି ବୃଦ୍ଧାଶ୍ରମରେ କିମ୍ବା ଅନାଥ ପିଲାଙ୍କ ସହ ପାଳି ଆସୁଛନ୍ତି। ଜୀବନର ସ୍ପେଶାଲ୍ ଦିନଟିକୁ ସେ ସେହିମାନଙ୍କ ସହିତ କାଟନ୍ତି।

Comment