ଓଡ଼ିଶାଲାଇଭ୍ ବ୍ୟୁରୋ

୪ ନଭେମ୍ବର ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନ୍‌ରେ ଆୟୋଜିତ ହେବ ସୁପର ୨୨ ସୋ’। ସ୍ମାଇଲ୍‌ ପ୍ରିଜ୍‌ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବେ ୨୨ ଦକ୍ଷ ଭିନ୍ନକ୍ଷମ।

ଭିନ୍ନକ୍ଷମ ଭାବେ ଦକ୍ଷ ବ୍ୟକ୍ତିବିଶେଷଙ୍କୁ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଓଲିଉଡ୍‌ ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ଦଳ ପକ୍ଷରୁ ଏହି ସ୍ମାଇଲ ପ୍ରିଜ୍‌ ସମାଜ କଲ୍ୟାଣ ଅନୁଷ୍ଠାନ ଗଠିତ ହୋଇଛି।

“ବିଗତ ଏକ ବର୍ଷ ହେବ ଆମେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଭିନ୍ନକ୍ଷମ ଭାବରେ ଦକ୍ଷ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବାର ଅଭିଯାନ ଆରମ୍ଭ କରିଛୁ ଏବଂ ପରିଶେଷରେ ଓଡ଼ିଶା ନିମନ୍ତେ ଆଗାମୀ ଦିନରେ ଗୌରବ ଅର୍ଜନ କଲା ଭଳି ଦକ୍ଷ ୨୨ ଜଣ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ସୁପର ୨୨ ସୋ’ ଆୟୋଜନ କରିଛୁ’’ ଗଣମାଧ୍ୟମକୁ କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଭିନ୍ନକ୍ଷମ ଭାବରେ ଦକ୍ଷ ବ୍ୟକ୍ତିବିଶେଷଙ୍କୁ ଦୁନିଆ ନଜରକୁ ଆଣିବାକୁ ପ୍ରୟାସ ଆମର ଏହି ପ୍ରୟାସ। ଆଗାମୀ ଦିନରେ ଏହି ସୋ’ ଅଧିକ ସଫଳତା ହାସଲ କରିବ ବୋଲି ଆମେ ଆଶା ରଖିଛୁ।”

ମନୋରଞ୍ଜନ କ୍ଷେତ୍ର ହେଉ ବା ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଚରିତ୍ରରେ ଭିନ୍ନକ୍ଷମମାନଙ୍କୁ ଅଭିନୟ କରିବାର ସୁଯୋଗ ଲାଗି ଏହି ସୁପର ୨୨ ଏକ ଉତ୍କୃଷ୍ଟ ମଞ୍ଚ ବୋଲି କହିଛନ୍ତି ସବ୍ୟସାଚୀ।

ସୁପର ୨୨ ଏକ ଦକ୍ଷତା ସନ୍ଧାନ କାର୍ଯ୍ୟକ୍ରମ। ୨୦୧୮ ମସିହା ୧୩ ତାରିଖ ଦିନ ଓଡ଼ିଆ ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ଦଳ ପକ୍ଷରୁ ଏହି ଅଭିଯାନର ଆରମ୍ଭ ହୋଇଥିଲା। ରେଳବାଇ ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିବା ଏକ ଅଡିସନ୍‌ରେ ସବ୍ୟସାଚୀ ୨୨ ଜଣ ଭିନ୍ନକ୍ଷମ ଭାବରେ ଦକ୍ଷ ବ୍ୟକ୍ତିବିଶେଷଙ୍କୁ ଚୟନ କରିଥିଲେ। ଲୋକଲୋଚନକୁ ଏହି ଭିନ୍ନକ୍ଷମମାନଙ୍କର ଦକ୍ଷତା ଦେଖାଇବା ନିମନ୍ତେ ଏହା ଏକ ପ୍ରୟାସ ।

Comment