ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଦୁଇ ଲୋକପ୍ରିୟ ତାରକା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ସୋମବାର ଦିନ ରାଜସ୍ଥାନର ଏକ ଦାମୀ ରେସର୍ଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏହି ନୂଆ ଜୀବନ ଯାତ୍ରା ପାଇଁ ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା  ଏକ ଟୁଇଟ କରି  ତାଙ୍କର ଶୁଭେଛୁ ଓ ଫ୍ୟାନ ମାନଙ୍କଠାରୁ ଆଶୀର୍ବାଦ ଲୋଡ଼ିଛନ୍ତି।

ସବ୍ୟସାଚୀ ନିଜ ପ୍ରଶଂସକଙ୍କୁ ଟୁଇଟ୍ କରି କହିଛନ୍ତି, ‘‘ଆପଣମାନେ ସମସ୍ତେ ଆମ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ। ଆପଣମାନେ ଆମର ଉଭୟ ଭଲ ଓ ଖରାପ ସମୟରେ ଆମ ଉପରେ ଆଶୀର୍ବାଦ ଢ଼ାଳି ଦେଇଛନ୍ତି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଆପଣଙ୍କୁ କିଭଳି ଭୁଲିଯିବୁ? ଜୀବନର ଏଇ ନୂତନ ଯାତ୍ରା ଆରମ୍ଭ କରୁଥିବା ବେଳେ ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ’’।

ସବ୍ୟସାଚୀ- ଅର୍ଚ୍ଚିତା ପ୍ରଥମେ ଏକାଠି ପରଦାରେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ‘ତୋର ମୋର ଯୋଡି ସୁନ୍ଦର’, ‘ସ୍ମାଇଲ ପ୍ଲିଜ୍’,  ‘ପାଗଳ କରିଛି ପାଉଁଜି ତୋର’, ‘ମୋତେ ଆଣିଦେଲୁ ଲକ୍ଷେ ଫଗୁଣ’, ‘ବାଏ ବାଏ ଦୁବାଇ’, ‘ହେଲା ମୋତେ ପ୍ରେମ ଜର’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’ ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।

Comment