ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପ୍ରଥମ ଲହରରେ ପ୍ରବାସୀ ଶ୍ରମିକ ଓ ଅସହାୟଙ୍କ ପାଇଁ ଦେବଦୂତ ସାଜିଥିଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର। ଏଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ଏବେ ଯେତେବେଳେ ଦ୍ୱିତୀୟ ଲହରୀ କରୋନା ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି, ସେତିକି ବେଳେ ପୁଣିଥରେ ଆଗକୁ ଆସିଛନ୍ତି ସବ୍ୟ। ‘ସ୍ମାଇଲ ଫୋର୍ସ ନାମକ ଏକ ଟିମ୍‌ ଗଢ଼ି ସେ ଲୋକଙ୍କୁ ସାହାଯ୍ୟ କରିବାକୁ କଥା ଦେଉଛନ୍ତି। ଏହାସହିତ ତାଙ୍କ ଟିମ୍‌ରେ ଯୋଡ଼ି ହେବାକୁ ସେ ଅନ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି।

‘‘କରୋନା ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ। ହେଲେ ଦ୍ୱିତୀୟ ଲହରରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। କୋଟି କୋଟି ଲୋକ ଜୀବିକା ହରାଇଲେଣି। ଏହିଭଳି ବିପତ୍ତି ସମୟରେ ସମସ୍ତଙ୍କ କର୍ତ୍ତବ୍ୟ ଅନ୍ୟର ଦୁଃଖ ବାଣ୍ଟିବା। କାରଣ କୁହାଯାଏ ଦୁଃଖ ବାଣ୍ଟିଲେ ଦୁଃଖ କମିଯାଏ। ତେଣୁ ଯେଉଁମାନଙ୍କ ମନରେ ସେବା ମନୋଭାବ ରହିଛି ସେମାନେ ‘ସ୍ମାଇଲ ଫୋର୍ସ’ରେ ଜଏନ୍‌ କରନ୍ତୁ’’, ନିଜ ଫେସ୍‌ବୁକ୍‌ରେ ଏକ ଭିଡିଓ ପୋଷ୍ଟ କରି ସବ୍ୟସାଚୀ ଏକଥା କହିଛନ୍ତି।

‘ସ୍ମାଇଲ ଫୋର୍ସରେ ଜଏନ କରିବା ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏଥିପାଇଁ ଖାଲି ଏକ ପର୍ମ ପୂରଣ କରିବାକୁ ପଡ଼ିବ। ମହାମାରୀ ଭିତରେ ଆମେ ବଞ୍ଚିଛେ ମାନେ ଆମେ ଅନ୍ୟକୁ ବଞ୍ଚିବା ପାଇଁ ରାହା ଦେଖାଇବାକୁ ହେବ। ତେଣୁ ସମସ୍ତେ ନିଷ୍ଠାର ସହ ସେବା କରନ୍ତୁ ବୋଲି କହିଛନ୍ତି ସବ୍ୟସାଚୀ।

Comment