ଓଡ଼ିଶାଲାଇଭ୍‌ କରୋନା ବ୍ୟରୋ

ମାରାତ୍ମକ କରୋନା ଭୂତାଣୁରୁ ଲୋକଙ୍କୁ ବଞ୍ଚେଇବା ପାଇଁ କିଏ କେତେ ପ୍ରକାରେ ସଚେତନ କରାଉଛନ୍ତି। କିନ୍ତୁ ଏ ଦିଗରେ ଓଲିଉଡ ଅଭିନେତା ସବ୍ୟସାଚୀଙ୍କ ଅନ୍ଦାଜ ଟିକିଏ ଅଲଗା। ‘ମୂଳୁ ମାଇଲେ ଯିବ ସରି, ମୁହଁରେ ମାସ୍କ ବାନ୍ଧି କରି’ ଏଭଳି ଏକ ମଜାକିଆ ଢଙ୍ଗରେ ଭିଡିଓ ପ୍ରସ୍ତୁତ କରି ସେ ସମସ୍ତଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି।

ଏହି ଭିଡିଓରେ କେବଳ ସବ୍ୟସାଚୀ  ମାସ୍କ ବାନ୍ଧିବା ପାଇଁ ପରାମର୍ଶ ହେଉଛନ୍ତି ତାହା ନୁହେଁ, ଏଥିରେ ସେ କରୋନା କିଭଳି ବ୍ୟାପୁଛି ଓ ତାକୁ କେମିତି ରୋକା ଯାଇପାରିବ ତାହା ମଧ୍ୟ କହିଛନ୍ତି।corona

‘‘ଜଣେ ସୁସ୍ଥ ବ୍ୟକ୍ତିଙ୍କ ନିକଟକୁ ହାତ, ପାଟି, ନାକ ଦେଇ କରୋନା ପ୍ରବେଶ କରୁଛି। ତାହେଲେ ମୁହଁରେ ମାସ୍କ ବାନ୍ଧିଲେ ମୂଳରୁ କଥା ସରିଲା’’ ଭିଡିଓରେ କହିଛନ୍ତି ସବ୍ୟସାଚୀ।

ସେହିପରି କିଭଳି ଠିକ ଢଙ୍ଗରେ  ମାସ୍କ ବ୍ୟବହାର କରିବେ ସେ କଥା ବି ସବ୍ୟସାଚୀ କହିଛନ୍ତି। ସବ୍ୟସାଚୀଙ୍କ ଏହି ନିଆରା ସଚେତନତା ପାଇଁ ରାଜ୍ୟ ସରକାର ବି ଟୁଇଟ କରି ତାଙ୍କୁ ପ୍ରଶଂସା କରିଛନ୍ତି। ଏହି ସଙ୍କଟ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜେ ସଚେତନ ହେବା ସହିତ ଅନ୍ୟଙ୍କୁ ବି ସଚେତନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Comment