ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣେଶ ପୂଜା ଅବସରରେ ରିଲିଜ୍ ହେବାକୁ ଥିବା ଓଡ଼ିଆ ସିନେମା ‘ଜଷ୍ଟ ମୋହବତ୍’ରେ ଜମିବ ଆକାଶ ଓ ଅର୍ଚ୍ଚିତାଙ୍କ ଯୋଡ଼ି। ତା’ ସାଙ୍ଗକୁ ଅଛନ୍ତି ପପୁ ପମ୍ପମ୍। ଏହି ଚଳଚ୍ଚିତ୍ରର ମ୍ୟୁଜିକ୍ ରିଲିଜ ଅବସରରେ ସୁଟିଂ ସେଟର ଅଭୁଲା କଥା ଓଡ଼ିଶାଲାଇଭ୍ ଆଗରେ ବର୍ଣ୍ଣନା କରିଛନ୍ତି ଆକାଶ ଦାସନାୟକ।
ସିନେମାଟି ସମ୍ପୂର୍ଣ୍ଣ ଭାବରେ ଏକ ପ୍ରେମ କାହାଣୀ। ବହୁତ ସୁନ୍ଦର କାହାଣୀ। ମୋ ମତରେ ଗୋଟେ ସିନେମାରେ କାହାଣୀଟା ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଜଷ୍ଟ୍ ମୋହବତ୍ରେ ଗୋଟିଏ ମେସେଜ୍ ଅଛି ଯୁବ ସମାଜ ପାଇଁ ଯେ ପ୍ରେମ ହିଁ ସବୁକିଛି। ଭଲ ପାଇବା ହିଁ ସବୁକିଛି ଏବଂ ପ୍ରେମ ଓ ଭଲ ପାଇବା ଆଗରେ ଟଙ୍କାର ମୂଲ୍ୟ କିଛି ନାହିଁ।
ସିନେମାର ପ୍ରଯୋଜନା କରିଛନ୍ତି କଲ୍ୟାଣ ଛୋଟରାୟ ଏବଂ ଏସ୍ କେ ମୁରଲିଧରନ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସତରେ ଚମତ୍କାର ନିର୍ଦ୍ଦେଶନା। ଏହା ତାଙ୍କ ସହ ମୋର ପ୍ରଥମ ସିନେମା।
ଜଷ୍ଟ୍ ମୋହବତ୍ର ମ୍ୟୁଜିକ୍ ଦେଇଛନ୍ତି ଅଭିଜିତ୍ ମଜୁମଦାର। ବହୁତ ସୁନ୍ଦର ହୋଇଛି।
ଏହି ସିନେମାରେ ଯେତେ ଆର୍ଟିଷ୍ଟ ଅଛନ୍ତି, ଅର୍ଚ୍ଚିତା ହୁଅନ୍ତୁ, ପପୁ ପମ୍ପମ୍ ହୁଅନ୍ତୁ କି ସମରେଶ ରାଉତରାୟ, ସମସ୍ତେ ଚମତ୍କାର ଅଭିନୟ କରିଛନ୍ତି।
ଏଥିରେ ଅଭିନୟ ସମୟରେ ଗୋଟିଏ ଏକ୍ସପିରିଏନ୍ସ ମୁଁ ଭୁଲିପାରିବିନି। ଅର୍ଚ୍ଚିତା ଏବଂ ମୋର ଗୋଟିଏ ଗୀତ ଥିଲା। ଏକ ବିଶାଳ ଲେକ୍। ତା’ ଭିତରେ ଗୋଟେ ଛୋଟ ଟାପୁ। ଟାପୁ ଭିତରେ ଛିଡ଼ା ହୋଇକରି ସଟ୍ ଦେବାର ହେବାର ଥିଲା। ସେଠାକୁ ଯିବା ଭାରି ଡିଫିକଲ୍ଟ ଥିଲା। ତଥାପି ଆମେ ରିସ୍କ ନେଇକି ଗୋଟେ ଡଙ୍ଗାରେ ଯାଇଥିଲୁ। ଦୁଇ ଜଣ ଛିଡ଼ା ହେବା ପାଇଁ ସେଥିରେ ଜାଗା ଥିଲା। ଟିକେ ଏପଟ ସେପଟ ହେଲେ ଗଳିପଡ଼ିଥା’ନ୍ତୁ। ତେଣୁ ଏତେ ରିସ୍କ ଭିତରେ ସେ ଗୀତଟି ଆମେ ସୁଟିଂ କରିଥିଲୁ। କିନ୍ତୁ ସେ ଗୀତର ଭିଜୁଆଲ୍ ଦେଖିବା ପରେ ମୋତେ ବହୁତ ଖୁସି ଲାଗୁଛି।
Tags: Just Mohabbat, Archita, Akash, Papu PomPom, Abhijeet Majumdar, S K Muralidharan, Kalyan Chhotray








ଗଣେଶ ପୂଜା ଅବସରରେ ରିଲିଜ୍ ହେବାକୁ ଥିବା ଓଡ଼ିଆ ସିନେମା ‘ଜଷ୍ଟ ମୋହବତ୍’ରେ ଜମିବ ଆକାଶ ଓ ଅର୍ଚ୍ଚିତାଙ୍କ ଯୋଡ଼ି। ତା’ ସାଙ୍ଗକୁ ଅଛନ୍ତି ପପୁ ପମ୍ପମ୍। ଏହି ଚଳଚ୍ଚିତ୍ରର ମ୍ୟୁଜିକ୍ ରିଲିଜ ଅବସରରେ ସୁଟିଂ ସେଟର ଅଭୁଲା କଥା ଓଡ଼ିଶାଲାଇଭ୍ ଆଗରେ ବର୍ଣ୍ଣନା କରିଛନ୍ତି ଆକାଶ ଦାସନାୟକ।










Congratulations Akash.