ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୟ ମାଲ୍ୟାଙ୍କ କିଙ୍ଗ୍‌ଫିସର୍ ବିୟର୍ କ୍ୟାଲେଣ୍ଡରକୁ ମଡେଲ ଜଗତରେ ସମସ୍ତେ ଅପେକ୍ଷା କରିଥା’ନ୍ତି, ଏକଥା ଜାଣିବା ପାଇଁ କାହାକୁ ଏବର୍ଷ ନିଆଯାଇଛି। ୨୦୧୬ରେ ଏହି ସୁଯୋଗ ମିଳିଲା ଓଡ଼ିଆ ମଡେଲ ସୁଶ୍ରୀ ଶ୍ରେୟା ମିଶ୍ରଙ୍କୁ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମଡେଲ ଯିଏ ଏହି ଦାମୀ ମଦ କମ୍ପାନିର ଦାମୀ କ୍ୟାଲେଣ୍ଡରରେ ସ୍ଥାନ ଅଧିକାର କରିଥିଲେ। କ୍ୟାଲେଣ୍ଡରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେ ବର୍ଷ ପୂରା ଟିମ୍‌ ସହ ସିସିଲି ଦ୍ୱୀପକୁ ଯାଇଥିଲେ।

ସେହି ବର୍ଷର କ୍ୟାଲେଣ୍ଡରରେ ଅବଶ୍ୟ ଆଉ କେତେଜଣ ନାମୀଦାମୀ ମଡେଲ ଯଥା ମାୟା ହେନ୍ଦ୍ରିକ୍ସ, ଆଇଶା ଶର୍ମା, ନୟନିତା ଲୋଧ୍ ଓ ଐଶ୍ୱର୍ଯ୍ୟା ସୁସ୍ମିତା ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ। ବିଖ୍ୟାତ କ୍ୟାମେରାମ୍ୟାନ ଅତୁଲ୍‍ କସ୍ୱେକରଙ୍କ ଫଟୋସୁଟ୍‌‍ରେ ଶ୍ରେୟା ମିଶ୍ରଙ୍କ ପୋଜ୍ କିଛି ଅଲଗା ହିଁ ଥିଲା। ଶ୍ରେୟାଙ୍କ ପାଇଁ ଏହା ଥିଲା ଏକ ବଡ଼ ସ୍ୱୀକୃତି।

ଶ୍ରେୟା ମିଶ୍ର କିଏ?
ତାଙ୍କର ପରିଚୟ ପ୍ରଦାନ କରିବା ଦରକାର ନାହିଁ କାରଣ ମଡେଲିଂ ଦୁନିଆରେ  ସେ ବହୁତ କିଛି ବାଟ ଆଗେଇ ଆସିଛନ୍ତି। ଶ୍ରେୟାଙ୍କ ଘର ସମ୍ବଲପୁରରେ। ୧୯୯୧ ଜାନୁଆରୀ ମାସ ୪ ତାରିଖରେ ସେ ଜନ୍ମ ହୋଇଥିଲେ। ଶ୍ରେୟା ସମ୍ବଲପୁରର ସେଣ୍ଟ ଜୋସେଫ୍ କନଭେଣ୍ଟ ସ୍କୁଲ୍‌ରେ ପଢିବା ପରେ ବିଜେ‍ବି କଲେଜରୁ ଯୁକ୍ତ ୨ ଓ ଦିଲ୍ଲୀ ବିଶ୍ଵବିଦ୍ୟାଳୟ (ଶ୍ୟାମାପ୍ରସାଦ ମୁଖର୍ଜି କଲେଜ)ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ତାଙ୍କୁ ‘ଓଡ଼ିଶାର ବ୍ୟୁଟି କ୍ୱିନ୍’ ମଧ୍ୟ କୁହାଯାଏ। ଶ୍ରେୟା ମଡେଲ ହେବା ସହ ନାଚ, ପହଁରା, ଘୋଡ଼ାଚଢା ଆଦି ଅନେକ କିଛି ଗୁଣ ହାସଲ କରିଛନ୍ତି। ରୋଷେଇରେ ସେ ତ ସହଜେ ପାରଙ୍ଗମ। ତା’ଛଡ଼ା ସେ ଜଣେ ସାର୍ଟିଫାଏଡ ସ୍କୁବା ଡ୍ରାଇଭର ଓ ସିଲ୍କ୍‌ ରୋପ୍ ଡାନ୍‌ସର ମଧ୍ୟ।

ଶ୍ରେୟା ବେଶ୍ କିଛି ପ୍ରରିଯୋଗିତା ମଧ୍ୟ ଜିତିଛନ୍ତି। ୨୦୧୦ରେ ଏସିଆନ ସୁପର୍ ମଡେଲ ଇଣ୍ଡିଆ ପଦକ ହାସଲ କରିଛନ୍ତି। ସେହି ସ୍ଥାନରେ ଅନୁଷ୍ଠିତ ମିସ୍ ଫ୍ରେଣ୍ଡସିପ୍ ଇଣ୍ଟରନ୍ୟାସନାଲରେ ସେ କୃତିତ୍ୱ ପାଇଥିଲେ। ମିସ୍ ୟୁନିଭର୍ସ ଇଣ୍ଡିଆର ଆଇଏମସି ପ୍ରତିଯୋଗିତାରେ ଭାଗ ନେଇଥିଲେ ଶ୍ରେୟା।

୨୦୧୩ରେ ଆରମ୍ଭ ହୋଇଥିଲା ମିସ୍ ଦିଭା କଣ୍ଟେଷ୍ଟ। ସେହି ସମୟରେ ସେ ଟପ୍‌ ୭ ଜଣ ସେମି-ଫାଇନାଲିଷ୍ଟଙ୍କ ମଧ୍ୟରେ ରହିଥିଲେ। ସେ ମଧ୍ୟ ମିସ୍ ଡିଜିଟାଲ ହୋଇଥିଲେ। ୨୦୧୫ରେ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ ଶ୍ରେୟା। ସେହି ବର୍ଷ ସେ ମିସ୍ ରାମ୍ପୱାକ୍‌ ଓ ମିସ୍ ଭିଭାସିୟସ୍‌ ଆଦି ସ୍ୱତନ୍ତ୍ର ପରିଚୟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଫେମିନା ମିସ୍ ଇଣ୍ଡିଆ ହିଁ ତାଙ୍କ ପାଇଁ ଆଣିଥିଲା ପ୍ରକୃତ ପରିଚୟ।

ଶ୍ରେୟା ବେଶ୍ କିଛି ଫ୍ୟାସନ ପତ୍ରିକାର କଭରରେ ମଧ୍ୟ ଆସିଛନ୍ତି। ଗତ ବର୍ଷ ପ୍ରଖ୍ୟାତ ଟାଇମ୍ ମାଗାଜିନ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭାରତର ୫୦ ଜଣ ସବୁଠାରୁ ଅଧିକ ଚର୍ଚ୍ଚିତ ମହିଳାଙ୍କ ମଧ୍ୟରେ ଶ୍ରେୟାଙ୍କୁ ରଖିଥିଲା।

ଦିଲ୍ଲୀରେ ରହୁଥିବା ଶ୍ରେୟା ମିଶ୍ର କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ଫ୍ୟାସନ ଦୁନିଆ ପାଇଁ ଗର୍ବ ଓ ଗୌରବ।

Tags: Sushree Shreya Mishra, Shreya, Kingfisher, Bijay Mallya, Kingfisher Beer Calendar, Time Magazine, Femina Miss India

 

 

LEAVE A REPLY

Please enter your comment!
Please enter your name here