ଓଡ଼ିଶାଲାଇଭ୍ ବ୍ୟୁରୋ

୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନଶୁଝି ବିଦେଶ ପଳାଇଥିବା ମାଲ୍ୟା  ସମସ୍ତ ବ୍ୟାଙ୍କର ୧୦୦ ପ୍ରତିଶତ ଋଣ ଶୁଝିବାକୁ ପ୍ରସ୍ତୁତ।

ସମସ୍ତ ବ୍ୟାଙ୍କର ୧୦୦ ପ୍ରତିଶତ ଋଣ ଶୁଝିବାକୁ ପ୍ରସ୍ତୁତ ହୋଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ମାତ୍ର ସୁଧ ଦେଇପାରିବେନି କହିଛନ୍ତି ମାଲ୍ୟା।

ଏନେଇ ସେ କର୍ଣ୍ଣାଟକ ହାଇକୋର୍ଟରେ ବି ଆବେଦନ କରିଥିବା କହିଛନ୍ତି। ହେଲେ ତାଙ୍କ କଥାକୁ ଗୁରୁତ୍ଵ ଦିଆଯାଉନାହିଁ। ଏ ସମସ୍ତ ସୂଚନା ମାଲ୍ୟା ଟୁଇଟ୍ କରି ଜଣାଇଛନ୍ତି।

“ମୁଁ ଅପରାଧୀ ନୁହେଁ ହେଲେ ଭାରତରେ ମୋତେ ଅପରାଧୀ ମାନୁଛନ୍ତି। ୩ ଦଶନ୍ଧି ଧରି ଭାରତରେ କିଙ୍ଗଫିସର ବ୍ୟବସାୟ କରିଛି। ସେହି ସମୟରେ ମୁଁ ବିଭିନ୍ନ ରାଜ୍ୟକୁ ସାହାଯ୍ୟ ମଧ୍ୟ କରିଛି”, ଟୁଇଟରରେ ଏଭଳି ଲେଖିଛନ୍ତି ମାଲ୍ୟା।

ତେବେ ଲଗାତର କିଙ୍ଗଫିସର ଏୟାରଲାଇନ୍ସ କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ସେ ଦୁଃଖିତ। ସେ ସମସ୍ତ ମୂଳଧନ ଫେରସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି। ସୁଧ ଦେଇପାରିବେନି ବୋଲି ମାଲ୍ୟ ଟୁଇଟ କରିଛନ୍ତି।।

ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନଶୁଝି ବିଦେଶ ପଳାଇଥିବା ମାଲ୍ୟା ଏବେ ଲଣ୍ଡନରେ ରହୁଥିବା ସୂଚନା ମିଳିଛି। ଭାରତ ପ୍ରତ୍ୟାବର୍ତ୍ତନ ପାଇଁ କୋର୍ଟରେ ମାମଲା ଚାଲିଛି।

Comment