ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇସ୍ଥିତ ଓଡ଼ିଆ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ଅବିନାଶ ନନ୍ଦ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସୁଟ୍ କରିଥିବା ବିଜ୍ଞାପନକୁ ନେଇ ସେ ପ୍ରଥମଥର ପାଇଁ ଭାରତୀୟ ବିଜ୍ଞାପନ ଚଳଚ୍ଚିତ୍ର ଜଗତରେ ଇତିହାସ ରଚିଛନ୍ତି। ପ୍ରେଷ୍ଟିଜ୍ କ୍ୟାଟରର୍ସର ଏକ ମିନିଟ୍ ଅବଧିର ବିଜ୍ଞାପନ ପାଇଁ ଓଡ଼ିଶା ଟେଲିଭିଜନ ଓ ସିନେମାର ୧୫ ଜଣ ତାରକାଙ୍କୁ ନେଇ ସୁଟିଂ କରିଛନ୍ତି।

ଓଡ଼ିଆ ସିନେଇଣ୍ଡଷ୍ଟ୍ରିର ବିଶିଷ୍ଟ କଳାକାର ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି, ମିହିର ଦାସ, ଆକାଶ ଦାସ ନାୟକ ତଥା ଯୁବ କଳାକାର ଏଲିନା ସାମନ୍ତରାୟ, ସୁଭାଶିଷ ଶର୍ମା, ଭୂମିକା ଦାଶ, ଲିପ୍‌ସା ମିଶ୍ର ମଧ୍ୟ ଏହି ଷାଠିଏ ସେକେଣ୍ଡ ଅବଧିର ବିଜ୍ଞାପନରେ ପ୍ରେଷ୍ଟିଜ୍ କ୍ୟାଟରର୍ସ୍‌ ଖାଦ୍ୟର ପ୍ରଶଂସା କରିଛନ୍ତି।

“ଯେତେବେଳେ ଏହି ବିଜ୍ଞାପନ କରିବା କଥା ଚୂଡ଼ାନ୍ତ ହେଲା, ମୁଁ ସ୍ଥିର କରିଥିଲି ଏଥର କିଛି ନୂଆ କରିବି। ପ୍ରତ୍ୟେକ କଳାକାର ବିଭିନ୍ନ ପ୍ରକାର ଖାଇବାର ସୁଟିଂ କରାଯାଇଛି। ଏହି ବିଜ୍ଞାପନ ପାଇଁ ଜିଙ୍ଗଲସର ସଂଯୋଜନା କରିଛନ୍ତି ସୁଦୀପ ଜେନା ଓ କ୍ୟାମେରା ଚାଳନା କରିଛନ୍ତି ମନୋଜ ଖଟାଇ”, କହିଛନ୍ତି ଅବିନାଶ ନନ୍ଦ।

ସେ ପୂର୍ବରୁ ମୁମ୍ବାଇରେ ଅନେକ ବିଜ୍ଞାପନ ଚଳଚ୍ଚିତ୍ର କରିବା ସହ ନିକଟରେ ‘ଟୁ ଡିଜାୟାର୍ସ ଆଣ୍ଡ ଏ ଡ୍ରିମ୍’ ହିନ୍ଦୀ ଚଳଚ୍ଚିତ୍ର ପାଇଁ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲେ। ଅବିନାଶଙ୍କ ସହ ଏହି ବିଜ୍ଞାପନ ଚଳଚ୍ଚିତ୍ରରେ କାମ କରିବା ପରେ ଅଭିନେତା ଓ ଅଭିନେତ୍ରୀମାନେ ତାଙ୍କ କାର୍ଯ୍ୟ କରିବାର ନିର୍ଦ୍ଦିଷ୍ଟତା ସମ୍ପର୍କରେ ପ୍ରଶଂସା କରିଛନ୍ତି । ସମସ୍ତ ଷ୍ଟାରକାଷ୍ଟଙ୍କୁ ଉଚିତ୍ ସମ୍ମାନ ଦେବା ତଥା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସୁଟିଂ କରିବା ପାଇଁ ସମସ୍ତ କଳାକାରଙ୍କୁ ମେକ୍ଅପ୍ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଥିଲା। ଏପରିକି ସେମାନଙ୍କ କଷ୍ଟ୍ୟୁମ୍ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା।

ଏହି ବିଶେଷ ବିଜ୍ଞାପନର ରିଲିଜ୍ ପ୍ରାୟ ଆସନ୍ତା ଅକ୍ଟୋବର ମାସ ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଅନୁଷ୍ଠିତ ହେବାର ଯୋଜନା ରହିଛି।

Tags: Maheswata Ray, Abinash Nanda, Prestige Caterers, Bhumika Dash, Advertisement, Ad, Ollywood, Two Desires and A Dream, Akash Das, Elina Samantaray, Mihir Das, Lipsa Mishra, Odia Cine Industry, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

1 COMMENT

Comment