ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୈନ୍ୟ ନର୍ସିଂ ସେବାରେ ବିଏ.ଏସ୍‌ସି କୋର୍ସ -୨୦୨୦ ପାଠ୍ୟକ୍ରମ ପାଇଁ ଆବେଦନ ସୁଯୋଗ, ୨ ଡିସେମ୍ଵର ଯାଏଁ କରିପାରିବେ ଆବେଦନ।

ଭାରତୀୟ ସୈନ୍ୟ ନର୍ସିଂ ସେବାରେ ବିଏ.ଏସ୍‌ସି କୋର୍ସ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଇଚ୍ଛୁକ ପ୍ରାର୍ଥୀ ୦୨ ଡିସେମ୍ଵର ସୁଦ୍ଧା ଆବେଦନ କରିପାରିବେ। ଏହି କୋର୍ସ ୨୦୨୦ ଶିକ୍ଷାବର୍ଷ ନିମନ୍ତେ କେବଳ ମହିଳାମାନଙ୍କ ପାଇଁ ଉପଲବ୍ଧ।

ଆବେଦନ ପ୍ରକ୍ରିୟା

  • ଓ୍ଵେବସାଇଟ୍ http://www.joinindianarmy.nic.inକୁ ଯାଇ ବିଏ.ଏସ୍‌ସି (ନର୍ସିଂ) କୋର୍ସ -୨୦୨୦ ପାଇଁ ଅନ୍‌ଲାଇନ୍‌ରେ ଆବେଦନପତ୍ର ପଞ୍ଜୀକରଣ କରିପାରିବେ।
  • ଏଥିପାଇଁ ଯୋଗ୍ୟତା, ସର୍ତ୍ତ ଓ ନିୟମାବଳୀର ସମସ୍ତ ବିବରଣୀ ନଭେମ୍ବର ୯, ୨୦୧୯ ର ଏମ୍ପେଲଏମେଣ୍ଟ୍ ନିଉଜ୍/ ରୋଜଗାର ଖବରକାଗଜ ପାଇପାରିବେ।

ପାଠ୍ୟକ୍ରମ ଅବଧି

୪ ବର୍ଷ

ଆବେଦନପତ୍ର ପଞ୍ଜୀକରଣର ତାରିଖ

୧୪ ନଭେମ୍ବର ୨୦୧୯ ରୁ ୦୨ ଡିସେମ୍ବର ୨୦୧୯

ଅଧିକ ତଥ୍ୟ ପାଇଁ http://www.joinindianarmy.nic.inwww.indianarmy.nic.in କୁ ଯାଇ ପାରିବେ।

Comment