ଓଡ଼ିଶାଲାଇଭ୍‍ ବ୍ୟୁରୋ

“ମୁଁ ପେପ୍ସି କିମ୍ବା କୌଣସି ମୃଦୁ ପାନୀୟ ପିଏନାହିଁ, ତେଣୁ ସେହିସବୁ ପ୍ରଡକ୍ଟ ପାଇଁ ଆଉ ପ୍ରଚାର କରିବିନାହିଁ,” ଏପରି ଇଚ୍ଛା ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି।
କେବଳ ମୃଦୁ ପାନୀୟ ନୁହେଁ, ଗୋରା ହେବାକୁ ଯେଉଁ କ୍ରିମର ବ୍ରାଣ୍ଡ ଆମ୍ବାସାଡର କୋହଲି ସାଜିଥିଲେ, ତାକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ଯେଉଁ ସବୁ ପ୍ରଡକ୍ଟ ସେ କେବେ ବ୍ୟବହାର କରନ୍ତି ନାହିଁ, ସେଗୁଡିକର ପ୍ରମୋସନ ଆଉ ସେ କରିବେ ନାହିଁ।
ତାଙ୍କର ଉଦ୍ଦେଶ୍ୟ ହେଉଛି, ତାଙ୍କ ଅଗଣିତ ପ୍ରଶଂସକଙ୍କୁ ସେ ଠିକ ରାସ୍ତା ଦେଖାଇବେ।
‘ବ୍ରାଣ୍ଡ କୋହଲି’କୁ ପରିଚାଳନା କରୁଥିବା କର୍ନରଷ୍ଟୋନ ସ୍ପୋର୍ଟ୍ସ ପକ୍ଷରୁ କୁହାଯାଇଛି, ‘ଯେଉଁ ଜିନିଷକୁ ସେ ବାସ୍ତବ ଜୀବନରେ କେବେ ବ୍ୟବାହାର କରନ୍ତି ନାହିଁ, ଆଉ ସେଗୁଡିକୁ ଗଣମାଧ୍ୟମରେ ପ୍ରଚାର କରିବେନି। କାରଣ ଲକ୍ଷ ଲକ୍ଷ ପିଲା ତାଙ୍କୁ ଅନୁକରଣ କରୁଛନ୍ତି। ସାମାଜିକ ଦାୟିତ୍ୱବୋଧ ଯୋଗୁଁ ସେ ଏପରି ବ୍ୟକ୍ତିଗତ ନିଷ୍ପତି ନେଇଛନ୍ତି। ଜଙ୍କ୍ ଫୁଡକୁ ସେ ସବୁବେଳେ ବିରୋଧ କରନ୍ତି, ସେ ଚାହୁଁଛନ୍ତି ଯୁବପିଢି ସୁସ୍ଥ ରୁହନ୍ତୁ।
କୋହଲି କହିଛନ୍ତି, “ଯେଉଁ ପ୍ରଡକ୍ଟ ମଣିଷ ଶରୀର ପାଇଁ ଠିକ ନୁହେଁ, ସେହି ପ୍ରଡକ୍ଟର ସେ ପ୍ରମୋସନ କରିବେ ନାହିଁ।”
ଏପରି ନିଷ୍ପତି ନେଇ ସେ ଅନ୍ୟ କ୍ରିକେଟର ଓ ସେଲିବ୍ରିଟିଙ୍କ ପାଇଁ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ଦେଇଛନ୍ତି।
କୋହଲିଙ୍କ ନିଷ୍ପତିକୁ ସମର୍ଥନ ଦେବା ସହ ଶୁଭକାମନା ଜଣାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ କପିଳଦେବ। କପିଳଦେବ ହେଉଛନ୍ତି ଭାରତର ପ୍ରଥମ କ୍ରିକେଟର ଯିଏ କି ଉପଭୋକ୍ତା ସାମଗ୍ରୀର ବିଜ୍ଞାପନରେ ଅଭିନୟ କରିଥିଲେ।
କପିଳଦେବ କହିଛନ୍ତି, “ଆଜି ମତେ ଯଦି ୧୦୦ କୋଟି ଯଚାଯାଏ, ତେବେ ମୁଁ ମଧ୍ୟ ଏହିସବୁ ପ୍ରଡକ୍ଟ ପାଇଁ ବିଜ୍ଞାପନ କରିବା ଅଫରକୁ ପ୍ରତ୍ୟାଖାନ କରିବି। ତେବେ ମୁଁ ଯେତେବେଳେ ମୃଦୁ ପାନୀୟ ପାଇଁ ବିଜ୍ଞାପନ କରୁଥିଲି, ମୋତେ କେହି ଗାଇଡ୍ କରିନଥିଲେ ଏବଂ ମୋର ଏସବୁ ବୁଝିବା ଶକ୍ତି ସେତେବେଳେ ନଥିଲା”।
ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ୧୭ଟି ବ୍ରାଣ୍ଡ ପାଇଁ ପ୍ରମୋସନ କରୁଛନ୍ତି କୋହଲି। ପ୍ରତିଦିନ ସେ ଗୋଟିଏ ବ୍ରାଣ୍ଡ ପାଇଁ ସେ ଦାବି କରନ୍ତି ସାଢେ ୪ କୋଟିରୁ ୫ କୋଟି ଟଙ୍କା।

Tags: Pepsi, Virat Kohli, Kohli, Brand Kohli, Sports, Advertisement, Indian Cricket, Cricket Team, Celebrity, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment