ଓଡ଼ିଶାଲାଇଭ୍ ବ୍ୟୁରୋ

ନିମ୍ନଲିଖିତ କଲେଜରେ ଅତିଥି ଅଧ୍ୟାପକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

୧- ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ, ସମ୍ବଲପୁର

ଯୁକ୍ତ ୩ ଅର୍ଥନୀତି, ବାଣିଜ୍ୟ ଏବଂ ଯୁକ୍ତ ୨ ଇତିହାସ, ବାଣିଜ୍ୟ ପାଇଁ ଅତିଥି ଅଧ୍ୟାପକର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିପାଇଁ ୧୦ଜୁଲାଇ ୨୦୧୯ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜରେ ଏକ ସାକ୍ଷାତକାର ନିଆଯିବ।

ଇଛୁକ ପ୍ରାର୍ଥୀ ସ୍ନାତକୋତ୍ତରର ଉପରୋକ୍ତ ବିଷୟରେ ସର୍ବନିମ୍ନ ୫୫% ମାର୍କ ରଖିଥିବା ଆବଶ୍ୟକ।

ସାକ୍ଷାତକାର ସମୟରେ ଡକ୍ୟୁମେଣ୍ଟ ସହ ବାୟୋଡାଟା ନେଇ ଆସିବା ଜରୁରୀ।

ସାକ୍ଷାତକାର ସମୟ:  ଅର୍ଥନୀତି ଓ ବାଣିଜ୍ୟ -୧୦.୩୦( ସକାଳ)

ଇତିହାସ: ୧.୩୦(ମଧ୍ୟାହ୍ନ)

ଯୋଗାଯୋଗ: (୦୬୬୩)୨୫୪୬୪୦୩, ଇମେଲ- nscbcsbp@gmail.com

୨- ଭୁବନାନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ, କଟକ

 ସଂସ୍ଥାନର ବିଭିନ୍ନ ବିଭାଗ ପାଇଁ ସୂଚିଭୁକ୍ତ ପାର୍ଟ ଟାଇମ ଗେଷ୍ଟ ଫାକଲ୍ଟି (ପିଟିଜିଏଫ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପିଟିଜିଏଫ ସମ୍ପୂର୍ଣ୍ଣ ଭାବେ ଅସ୍ଥାୟୀ ଅଟେ ଏହା କେବଳ ଗୋଟିଏ ସେମିଷ୍ଟାର ପାଇଁ ଉଦ୍ଦିଷ୍ଟ।

ଇଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ସାକ୍ଷାତକାରର ତାରିଖ, ଠିକଣା ଜାଣିବା ପାଇଁ ସଂସ୍ଥାନର ଓ୍ୱେବସାଇଟ   www.bosecuttack.com ରେ ଜାଣି ପାରିବେ।

ଯୋଗାଯୋଗ: (୦୬୭୧)୨୪୧୪୦୯୨, ଇମେଲ- prinicipalbose@rediffmail.com

ଠିକଣା: ଏସସିବି ମେଡିକାଲ କଲେଜ ରୋଡ, ମଙ୍ଗଳାବାଗ, କଟକ

୩- ଧରଣୀଧର ସ୍ଵଂୟଶାସିତ ମହାବିଦ୍ୟାଳୟ

ଧରଣୀଧର ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ଏଥିପାଇଁ ୨.୦୭.୨୦୧୯ରେ ଆନ୍ଥ୍ରପୋଲୋଜି, ସଂସ୍କୃତ, ଫିଲୋସୋଫି, ଇତିହାସ, ଲଜିକ(ତର୍କଶାସ୍ତ୍ର), ଓଡ଼ିଆ, ଇଂରାଜୀ, ଏଜୁକେସନ, ସମାଜବିଜ୍ଞାନ, ଗଣିତ, ବି.ଏଡ।

୩ ଜୁଲାଇରେ ବଟନି, କେମେଷ୍ଟ୍ରି, ଜୁଲୋଜି, ଫିଜିକ୍ସ, ଜିଓଲୋଜି, ଆଇ.ଟି, ରାଜନୀତି ବିଜ୍ଞାନ, ଅର୍ଥନୀତି, ବାଣିଜ୍ୟ ପାଇଁ ସାକ୍ଷାତକାର କରାଯିବ।

ସାକ୍ଷାତକାର ସମୟ: ସକାଳ ୧୧ଟାରୁ ମଧ୍ୟାହ୍ନ ୧୨ଟା।

ଅଧିକ ତଥ୍ୟ ଜାଣିବା ପାଇଁ କଲେଜ ଓ୍ଵେବସାଇଟ www.ddcollege.nic.in ରେ ଚେକ କରିପାରିବେ।

Comment