ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇଥିଲେ ମଧ୍ୟ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ଅଡୁଆ ଖସିନି। ଏଟି ଚିଟଫଣ୍ଡ ଠକେଇ ଅଭିଯୋଗରେ ପ୍ରଭାତ ପୁଣିଥରେ ମଙ୍ଗଳବାର ଜେରା ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପ୍ରଭାତଙ୍କୁ ୪ ଘଣ୍ଟା କାଳ ଜେରା କରିଥିଲା।

ଜେରା ବେଳେ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧରେ ଇଡି ଅଧିକାରୀ ପଚାରିଥିଲେ ବୋଲି ପ୍ରଭାତ କହିଛନ୍ତି। ଇଡି ଅଧିକାରୀ ପଚାରିବା ମୁତାବକ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବୋଲି ସେ କହିଛନ୍ତି।

ଟଙ୍କା ନେଣଦେଣ ଆକ୍ଟ ଅନୁଯାୟୀ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଇଡି ଅଧିକାରୀ ମାଗିଛନ୍ତି। ତେବେ ଏଥିପାଇଁ ମୁଁ ୧୦ ଦିନ ସମୟ ନେଇଛି ବୋଲି ପ୍ରଭାତ କହିଛନ୍ତି।

ଏଟି ଚିଟଫଣ୍ଡ ଠକେଇ ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ରେ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା। ଏଟି ଗ୍ରୁପଠାରୁ ସେ ୪୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏ ବାବଦରେ ବିଧାୟକ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ସିବିଆଇ ତାଙ୍କୁ ଗିରଫ କରିଥିଲା। ଫଳରେ ୨୦୧୫ ମାର୍ଚ୍ଚ ୩ରେ ତାଙ୍କୁ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା।

Tags: Pravat Tripathy, Banki MLA, Enforcement Directorate, Orissa High Court, chit fund scam, ATchit fund scam, Breaking News, Bhubaneswar News, Latest News,  Odisha Breaking News, Odisha News, Odisha Politics, Odisha Stories, Odisha Top Stories,

Comment