ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଗଗୁରୁ ଓ ବ୍ୟବସାୟୀ ବାବା ରାମଦେବଙ୍କ ଉପରେ ଆଧାରିତ ଏକ ପୁସ୍ତକକୁ ନେଇ ବିବାଦ ସୃଷ୍ଟି ହୋଇଛି।
ଗଡମ୍ୟାନ୍‌ ଟୁ ଟାଇକୁନ୍‌ଶୀର୍ଷକ ଏହି ପୁସ୍ତକର ବିକ୍ରି ବନ୍ଦ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାର ବିକ୍ରିକୁ ବାବା ରୋକି ପାରୁନାହାନ୍ତି। ଏଥିରେ ବାବାଙ୍କ ନିଦ ହଜିଯାଇଛି।
ନିଷେଧ ସତ୍ତ୍ୱେ ବହି ଦୋକାନରେ ଓ ଡିଜିଟାଲ ଭାବେ ବହିର ବହୁଳ ବିକ୍ରି ଚାଲିଥିବାରୁ ରାମଦେବ ବିବ୍ରତ ହୋଇପଡ଼ିଛନ୍ତି।
ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ପ୍ରକାଶକ ପୁସ୍ତକ ବିକ୍ରି ବନ୍ଦ କରି ନାହାନ୍ତି ବୋଲି ଅଭିଯୋଗ କରି ବାବା ଅଦାଲତ ଅବମାନନା ବାହାନାରେ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତିତେଣେ ପୁସ୍ତକର ଲେଖିକା ଓ ପ୍ରକାଶକ ବହି ବିକ୍ରି ନିଷେଧ ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିଛନ୍ତି।
ଗଡମ୍ୟାନ୍‌ ଟୁ ଟାଇକୁନ୍‌ପୁସ୍ତକର ଲେଖିକା ହେଉଛନ୍ତି ପ୍ରିୟଙ୍କା ପାଠକ-ନାରାୟଣ ଓ ଏହାର ପ୍ରକାଶକ ହେଉଛନ୍ତି ଜଗନ୍ନାଥ ବୁକ୍‌ସ।
ଯୋଗଗୁରୁଙ୍କ କହିବା ଅନୁଯାୟୀ ଏହି ପୁସ୍ତକରେ ତାଙ୍କ ଜୀବନକୁ ନେଇ କିଛି ତଥ୍ୟ ଅପମାନଜନକ ଢଙ୍ଗରେ ପରିବେଷଣ କରାଯାଇଛି।
ପୁର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ରାମଦେବ ଯେଉଁ ଆବେଦନ କରିଥିଲେ, ସେଥିରେ ଆପାତତଃ ସତ୍ୟତା ରହିଛି। ବିଚାରପତି ତାଙ୍କ ରାୟରେ କହିଛନ୍ତି ଯେ ବିବାଦୀୟ ପୁସ୍ତକ ପଢିବା ପରେ ପାଠକଙ୍କୁ ଲାଗିବ ରାମଦେବ ଜଣେ ଅପରାଧୀ ମଣିଷ ଥିଲେ ଓ ପ୍ରସିଦ୍ଧି ତଥା ସଫଳତା ହାସଲ କରିବା ପାଇଁ ସେ ବିଭିନ୍ନ ପ୍ରକାର ଅସାଧୁ ଉପାୟ ଅବଲମ୍ବନ କରିଥିଲେ।
ଆସନ୍ତା ଗୁରୁବାର ଦିନ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ।

Tags: Baba Ramdev, Priyanka Pathak, Ramdev, Godman to Tycoon, Patanjali Product, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment