ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାଶୁଘରକୁ ନୂଆ କରି ଯାଇଥିବା ବୋହୂ ସହିତ ଯଦି ଶ୍ୱଶୁରଘରର ଲୋକେ କିଛିଦିନ ପାଇଁ କଥା ନ କୁହନ୍ତି ତାହା କ୍ରୁରତାରେ ଗଣାଯିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅର୍ଥାତ୍‍ ଭାରତୀୟ ପିଙ୍ଗଳ କୋଡର ୪୯୮-ଏ ଧାରା ଅନୁସାରେ ଏହା ଉଲ୍ଲଂଘନ ବୋଲି ଧରାଯିବ ନାହିଁ।
ଯଦି ଶାଶୁଘରେ ପତିଙ୍କ ସମେତ ତାଙ୍କ ପରିବାର ଲୋକେ କିଛିଦିନ ପାଇଁ କଥାବାର୍ତ୍ତା ନ କରନ୍ତି ଏହାକୁ କଦାପି ଅପରାଧ ବୋଲି କୁହାଯାଇପାରିବ ନାହିଁ। ଆଇପିସି ର ୪୯୮(କ) ଧାରା ଅନ୍ତର୍ଗତ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ବିଚାରପତି।
ନବବିବାହିତା ଜଣକ ଶ୍ୱଶୁରଘରର ସଦସ୍ୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଥିଲେ। ମହିଳା ଅଭିଯୋଗ କରିଥିଲେ ଯେ ବିବାହର ୨୦ ଦିନ ପର୍ଯ୍ୟନ୍ତ ସେ ତାଙ୍କ ସ୍ୱାମୀଙ୍କ ସହ ରହିଥିଲେ ମଧ୍ୟ ପତି ତାଙ୍କ ସହିତ କଥା କହୁନଥିଲେ ଓ ଶାଶୁଙ୍କ ସମେତ ଅନ୍ୟ କେହି ତାଙ୍କ ପାଖ ମାଡୁ ନଥିଲେ।
ମହିଳାଜଣକ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ନିଜ ତରଫରୁ ବହୁତ ଉଦ୍ୟମ କରିଥିଲେ ମଧ୍ୟ ସ୍ୱାମୀ ତାଙ୍କୁ ଖାତିର କରୁନଥିଲେ। ଦୂରରେ ରହିବା ଓ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ଇଛୁକ ନ ହେବାର ଅଭିଯୋଗ ମଧ୍ୟ ସେ କରିଥିଲେ।
ମହିଳାଙ୍କ ଅଭିଯୋଗ ଥିଲା ଯେ ବିବାହର କିଛି ଦିନ ପରେ ସ୍ୱାମୀ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ପତି ଅଷ୍ଟ୍ରେଲିଆ ଯିବା ପରେ ଶାଶୁଘର ଲୋକେ ତାଙ୍କ ସହିତ କୌଣସି ବାର୍ତ୍ତାଳାପ କରୁ ନଥିଲେ ଯାହା ଫଳରେ ତାଙ୍କୁ ବାପଘରେ ରହିବାକୁ ପଡ଼ିଲା। ସେ ମଧ୍ୟ କହିଥିଲେ ଯେ ବାହାଘର ପାଇଁ ତାଙ୍କ ଘର ଲୋକେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଓ ଗହଣା ପାଇଁ ୨୦ ଲକ୍ଷ ଟଙ୍କା ଦେଇଥିଲେ।

Tags: Supreme Court, Supreme Court Decision, IPC Code 498-A, Daughter-in-Law, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment