ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କ ପରିବାରର ସହମତିରେ ସେ ଏହି ବିବାହ କରାଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନବୀନ।

ବିବାହ ବେଳର ଫଟୋ ସେୟାର କରି ସେ ଲେଖିଛନ୍ତି, “ଆଜିର ଦିନଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ। ମୁଁ ଭୁଲ କରିଛି କି ଠିକ କରିଛି ଜାଣିନି। କିନ୍ତୁ ହିନ୍ଦୁ ରୀତିନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋର ସ୍ଵର୍ଗତ ବଡ଼ ପୁଅ ସମ୍ବିତର ସ୍ତ୍ରୀ ମଧୁସ୍ମିତାର ଦ୍ଵିତୀୟ ବିବାହ ପାଇଁ ସମ୍ମତି ଦେଇଛି।”

ମଙ୍ଗଳବାର ଦିନ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିର ପରିସରରେ ଅତି ନିରାଡ଼ମ୍ବର ଭାବେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ବିବାହରେ କେବେଳ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଗତ ୨୦୨୧ ମସିହା ମେ’ ୨୨ ତାରିଖରେ ନବୀନ ନନ୍ଦଙ୍କ ବଡ଼ ପୁଅ ସମ୍ବିତ ନନ୍ଦଙ୍କର କୋଭିଡରେ ଦେହାନ୍ତ ହୋଇଥିଲା। ନବୀନ ନନ୍ଦଙ୍କ ଏହିଭଳି ବିଚାର ଧାରାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Tags: #FormerMLADhenkanalNaveenNanda #MadhusmitaNanda #DaughterinLaw

Comment