ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଫୋନ ପ୍ରେମୀଙ୍କ ଅପେକ୍ଷା ଶେଷ ହୋଇଛି। ଆଇଫୋନ୍‌ର ଦଶମ ବର୍ଷ ପୂର୍ତ୍ତି ଅବସରରେ ଆପଲ କମ୍ପାନି ଗ୍ରାହକମାନଙ୍କ ପାଇଁ ଆଇଫୋନ 8, 8+ ସହିତ ଏକ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଆଇଫୋନ ଏକ୍ସ୍‌‍ ଉପହାର ଦେଇଛି। ବିଶେଷକରି, ଆଇଫୋନ୍‌ ଏକ୍ସ୍‍ ଏପରି ଏକ ମଡେଲ୍‍ ଯେ ଏହା ସ୍ମାର୍ଟଫୋନ୍‌ ବଜାରରେ ପ୍ରତିଦ୍ୱନ୍ଦ୍ୱୀଙ୍କ ହୋସ୍‌ ଉଡ଼ାଇଦେବ! କ’ଣ ଅଛି ଏହି ନୂଆ ଆପଲ୍‍ ଫୋନ୍‌ରେ?
୧. ଏହି ମଡେଲ୍‌କୁ ସ୍ମାର୍ଟ ଫୋନର ଭବିଷ୍ୟତ ବୋଲି କୁହାଯାଉଛି।
୨. ଆଇଫୋନ ଏକ୍ସ୍‌‍ର ଡିସ୍‌ପ୍ଲେ ସାଇଜ ୫.୮ ଇଞ୍ଚ ଏବଂ ଏହାର ପୂରା ଫୋନ୍‍ ହେଉଛି ସ୍କ୍ରିନ୍‍ – ଅର୍ଥାତ୍‍ ଏଜ୍‌-ଟୁ-ଏଜ୍‌ ଡିସ୍‌ପ୍ଲେ।  ଏଥିରେ ବିଜେଲ୍‌ ନାହିଁ। ଏହାର ରିଜୋଲ୍ୟୁସନ ୧୧୨୫x୨୪୩୬ ପିକ୍ସେଲ୍। କମ୍ପାନି ଏହାକୁ ସୁପର୍ ରେଟିନା ଡିସ୍‌‍ପ୍ଲେ ନାମ ଦେଇଛି। ଏ ପର୍ଯ୍ୟନ୍ତ ଯେତେ ସ୍ମାର୍ଟ ଫୋନ ବଜାରକୁ ଆସିଛି ସେଥିରେ ଏହି ଫିଚର ନାହିଁ।
୩. ଏହାର ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ରହିଛି – ୬୪ ଜିବି ଓ ୨୫୬ ଜିବି।
୪. ଏହି ଫୋନ୍‌ରେ ୧୨ ମେଗା ପିକ୍ସେଲ୍‌ର ଦୁଇଟି ପଛ କ୍ୟାମେରା ରହିଛି। ସେଲ୍‌ଫି ପାଇଁ ସାମ୍ନାରେ ୭ ମେଗା ପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ରହିଛି।
୫. ଆଇଫୋନ ଏକ୍ସ୍‌‍ରେ କୌଣସି ହୋମ୍ ବଟନ ନାହିଁ। ସ୍କ୍ରିନ୍‌ ଉପରେ ତଳୁ ଉପରକୁ ସ୍ୱାଇପ କଲେ ହୋମ୍‌କୁ ଯାଇପାରିବେ।
୬. ଏଥିରେ ଆଉ ଏକ ସୁବିଧା ହେଉଛି ଫେସ୍ ରିକଗ୍ନିସନ ଅନ‍ଲକ ସିଷ୍ଟମ। ଅର୍ଥାତ୍‌ ଆପଣଙ୍କ ଚେହେରାକୁ ଦେଖି ଆପେଆପେ ଫୋନ ଅନଲକ ହୋଇଯିବ। ପାସକୋଡ ସୁବିଧା ବି ଏଥିରେ ରହିଛି। ଆହୁରି ମଧ୍ୟ ଏଥିରେ ଇନଫ୍ରାରେଡ୍‍ କ୍ୟାମେରା ରହିଛି ଯାହା ଅନ୍ଧାରରେ ମୁହଁକୁ ଦେଖିପାରିବ। କୁହାଯାଏ ଫେସ୍-ଆଇଡି ଟଚ୍‍-ଆଇଡି ତୁଳନାରେ ଅଧିକ ତେଜ ଓ ସୁରକ୍ଷିତ।
୭. ଏହି ଫୋନରେ ଓୟାରଲେସ୍ ଚାର୍ଜ ବ୍ୟବସ୍ଥା ରହିଛି। ଏହାର ବ୍ୟାଟେରି ଆଇଫୋନ ତୁଳନାରେ ଅଧିକ ଦୁଇ ଘଣ୍ଟା ଚାଲିବ।
୮. ଆଇଫୋନ ଏକ୍ସ୍‌‍ରେ ଅନ୍‌ଲିମେଟେଡ୍ ଇମୋଜି ରହିଛି। ଆପଣ ଏଥିରେ ନିଜର ଭାବକୁ ଇମୋଜି ଜରିଆରେ ପଠାଇପାରିବେ।
୯. ଭାରତ ସମେତ ଆନ୍ତର୍ଜାତିକ ବଜାରରେ ଏହାର ପ୍ରି-ବୁକିଂ ୨୭ ଅକ୍ଟୋବରରୁ ଆରମ୍ଭ ହେବ। ୩ ନଭେମ୍ବରରୁ ଏହା ହାତକୁ ଆସିବ।
୧୦. ଆଇଫୋନ ଏକ୍ସ୍‌‍ ସିଲ୍‌ଭର୍‌ ଓ ସ୍ପେସ୍ ଗ୍ରେ ରଙ୍ଗର ଦୁଇଟି ଭାରିଆଣ୍ଟର ଆସୁଛି। ଏହାର ଆନୁମାନିକ ମୂଲ୍ୟ ଭାରତୀୟ ବଜାରରେ ୮୯ ହଜାରରୁ ଆରମ୍ଭ।

Tags: Steve Jobs, Apple iPhone X, Apple iPhone, Tim Cook, Smart Phone, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment