ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ବଲିଉଡ ଷ୍ଟାର କରିସ୍ମା କପୁର୍। କରିସ୍ମାଙ୍କୁ ଦେଖିବା ପାଇଁ ଆଜି ଏୟାରପୋର୍ଟରୁ ଜୟଦେବ ବିହାର ରାସ୍ତାରେ ଖଚାଖଚ ଭିଡ଼ ଲାଗିଥିଲା। ବିଶେଷକରି ଭୁବନେଶ୍ୱରର ଜନପଥ୍‌ ଜନସମୁଦ୍ର ପାଲଟି ଯାଇଥିଲା। କରିସ୍ମା ତାଙ୍କ ଫ୍ୟାନମାନଙ୍କୁ ହାତ ହଲାଇ ଉତ୍ସାହିତ କରିଥିଲେ।
ଭୁବନେଶ୍ୱର ଜନପଥ୍‌ରେ ନୂଆକରି ଖୋଲିଥିବା ଅରୁନ୍ଧତୀ ଜୁଏଲାରୀ ସୋରୁମ୍‌କୁ ଉଦ୍‌ଘାଟନ କରିବାକୁ ଆସିଥିଲେ କରିସ୍ମା କପୁର୍। ପ୍ରଥମେ ସେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଜୁଏଲାରୀ ସୋ ରୁମ୍‌ ପର୍ଯ୍ୟନ୍ତ ଅଣାଯାଇଥିଲା। କରିସ୍ମାଙ୍କୁ ଦେଖିବା ପାଇଁ ପ୍ରବଳ

ଭିଡ଼ ହୋଇଥିଲା। କିଛି ଫ୍ୟାନମାନଙ୍କ ସହ କରିସ୍ମା ସେଲ୍‌ଫି ମଧ୍ୟ ନେଇଛନ୍ତି। ଏଥିପାଇଁ ସେ ଭିନ୍ନ ଢ଼ଙ୍ଗରେ ପୋଜ୍‌ ମଧ୍ୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here