ଓଡ଼ିଶାଲାଇଭ୍ ବ୍ୟୁରୋ

ତିହାର ଜେଲ୍ ଗଲେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆଇ.ଏମ୍‌ କୁଦ୍ଦୁସି। କୁଦ୍ଦୁସିଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ବି ପି ଯାଦବ ଏବଂ ବିଶ୍ବନାଥ ଅଗ୍ରଓ୍ବାଲ ମଧ୍ୟ ଜେଲ୍ ଯାଇଛନ୍ତି। ଏହି ୩ ଜଣଙ୍କୁ ଆଉ ଅଧିକ ୩ ଦିନ ରିମାଣ୍ଡ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ମାତ୍ର ଜଜ୍‌ ମନୋଜ ଜୈନ ସିବିଆଇର ଆବେଦନ ଖାରଜ କରିଦେଇଛନ୍ତି। ୩ ଜଣ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଉତ୍ତରପ୍ରଦେଶର ଏକ ମେଡ଼ିକାଲ କଲେଜ ଦୁର୍ନୀତିକୁ ନେଇ ସେପ୍ଟେମ୍ବର ୨୦ରେ କୁଦ୍ଦୁସି, ବି.ପି.ଯାଦବ, ପଲାଶ ଯାଦବ ଏବଂ ରାମଦେବ ସାରସ୍ବତଙ୍କୁ ସିବିଆଇ ଗିରଫ କରିଥିଲା। ଦୁର୍ନୀତି ନିବାରଣ ଆଇନ୍ ଅନୁଯାୟୀ ସିବିଆଇ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରି ଦିଲ୍ଲୀ, ଲକ୍ଷ୍ନୌ ଏବଂ ଭୁବନେଶ୍ବରର ୮ଟି ସ୍ଥାନରେ ଚଢ଼ାଉ କରିଥିଲା।

LEAVE A REPLY

Please enter your comment!
Please enter your name here